ଭୁବନେଶ୍ୱର: ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା (ନାସା)ର ବୈଜ୍ଞାନିକ ହୋଇ ନିଜ ପିଲାଦିନର ସ୍ବପ୍ନ ପୂରଣ କରିଛନ୍ତି ଓଡ଼ିଆ ଝିଅ ଓଁ ନାରାୟଣୀ ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ହାଟସାହିର ଝିଅ ନାରାୟଣୀ ଏବେ ଆମେରିକାରେ ବାପା ବିରଞ୍ଚି ନାରାୟଣ ଓ ମାଆ ଗୀତାଞ୍ଜଳିଙ୍କ ସହ ରହୁଛନ୍ତି ।
ପିଲାଟି ଦିନରୁ ନାରାୟଣୀର ବୈଜ୍ଞାନିକ ହେବାକୁ ପ୍ରବଳ ଆଗ୍ରହ ଥିଲା । ଏଥିପାଇଁ ସେ ଅନେକ କଷ୍ଟ ମଧ୍ୟ କରିଥିବା କହିଛନ୍ତି ଭୁବନେଶ୍ୱରରେ ରହୁଥିବା ନାରାୟଣୀଙ୍କ ଜେଜେବାପା ଅଲେଖ ନାୟକ।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ” ନିଜ ସ୍ୱପ୍ନ ସାକାର କରିବା ପାଇଁ ନାରାୟଣୀକୁ ପରିବାର ବର୍ଗ ସର୍ବଦା ସହଯୋଗ କରିଛନ୍ତି। ଏହା ଆମ ପରିବାର ତଥା ଜିଲ୍ଲା ଓ ରାଜ୍ୟ ପାଇଁ ଏକ ଗୌରବର ବିଷୟ ।
ପ୍ରତିଭାଶାଳି ୨୮ବର୍ଷୀୟ ନାରାୟଣୀ ଆମେରିକାର ବର୍କଲେ ବିଶ୍ୱବିଦ୍ୟାଳୟ ଓ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ଇମ୍ପାରିଆଲ୍ କଲେଜରେ ସେ ପାଠ ପଢିଛନ୍ତି । ସବୁଠି ସେ ମହାକାଶବିଜ୍ଞାନ ଓ ଏହା ସହ ସମ୍ପର୍କ ଥିବା ପଦାର୍ଥବିଜ୍ଞାନ ପଢ଼ିଥିଲେ । ଗବେଷଣା କରି ପିଏଚ୍ଡି ଡିଗ୍ରୀ ହାସଲ କରିଥିଲେ । ପରେ ଉଚ୍ଚତ୍ତର ଗବେଷଣା ଜାରି ରଖିଥିଲେ ।
ଜର୍ମାନ, ଫ୍ରାନ୍ସ, ନେଦର୍ଲ୍ୟାଣ୍ଡ, ଲଣ୍ଡନ, ଚୀନ୍, ଜାପାନ, ଭିଏତନାମ୍, ବ୍ରାଜିଲ୍, ଚିଲି ଆଦି ଅନେକ ଦେଶରେ ଆୟୋଜିତ ମହାକାଶ ବିଜ୍ଞାନ ସମ୍ମିଳନୀ ଓ କର୍ମଶାଳାଗୁଡ଼ିକରେ ମଧ୍ୟ ସେ ଭାଗ ନେଇଛନ୍ତି ।
Comments are closed.