Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ଓଡ଼ିଆ ଝିଅ ଋତୁପର୍ଣ୍ଣା ଭାରତୀୟ ବ୍ୟାଡ଼ମିଣ୍ଟନ ଦଳରେ ସାମିଲ

 

ଭୁବନେଶ୍ୱର: ଓଡ଼ିଆ କ୍ରୀଡ଼ାପ୍ରେମୀଙ୍କ ଲାଗି ଖୁସିର ଖବର । ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ବ୍ୟାଡ଼ମିଣ୍ଟନ ମହିଳା ଜାତୀୟ ଦଳକୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି ।
ପୂର୍ବରୁ ଓଡ଼ିଶାର ଖେଳାଳିମାନେ ହକି, ରଗବୀ, କ୍ରିକେଟ, ଆଥଲେଟିକ୍ସ, ତୀରନ୍ଦାଜୀ, ଚେସ ଆଦି ଖେଳରେ ଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରି ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିଥିବା ବେଳେ ଏବେ ବ୍ୟାଡ଼ମିଣ୍ଟନରେ ଋତୁପର୍ଣ୍ଣା ରାଜ୍ୟ ଲାଗି ଖୁସି ଖବର ଆଣିଦେଇଛନ୍ତି ।

ଆସନ୍ତା ଅଗଷ୍ଟ ୧୮ ତାରିଖରୁ ଇଣ୍ଡୋନେସିଆରେ ଅନୁଷ୍ଠିତ ହେଉଛି ଏସିଆଡ଼ । ଏଥିଲାଗି ଭାରତୀୟ ବ୍ୟାଡ଼ମିଣ୍ଟନଣ୍ଟଆସୋସିଏସନ (ବାଇ) ଏକ ୨୦ ଜଣିଆ ମହିଳା ଓ ପୁରୁଷ ଦଳ ଘୋଷଣା କରିଛନ୍ତି । ଭାରତର ୧ନଂ ମାନ୍ୟତା ପ୍ରାପ୍ତ ମହିଳା ଡ଼ବଲ୍ସ ଖେଳାଳି ହେଲେ ଓଡ଼ିଶାର ଋତୁପର୍ଣ୍ଣା ପଣ୍ଡା । ସେ ଏସୀୟ କ୍ରୀଡ଼ାରେ ପ୍ରସିଦ୍ଧ ଖେଳାଳି ସାଇନା ନେହୱାଲ ଓ ପିଭି ସିନ୍ଧୁଙ୍କ ସହିତ ଦଳରେ ରହି ଭାରତକୁ ପ୍ରତିନିଧିତ୍ୱ କରିବେ । ଋତୁପର୍ଣ୍ଣା ପୂର୍ବରୁ ମହିଳା ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ଋତୁପର୍ଣ୍ଣା କିଛି ଆନ୍ତର୍ଜାତିକ ଚମ୍ପିୟାନସିପରେ ଭାଗ ନେଇଥିଲେ ମଧ୍ୟ ଏସୀୟ କ୍ରୀଡ଼ାରେ ଯୋଗଦେବା ତାଙ୍କ ପାଇଁ ପ୍ରଥମ ସୁଯୋଗ ।

Leave A Reply

Your email address will not be published.