Latest Odisha News

BREAKING NEWS

୨ ତାରିଖରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

 

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆସନ୍ତା ଜୁଲାଇ ୨ ତାରିଖରୁ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଦିନ ଏସମ୍ପର୍କରେ ଏକ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ପ୍ରକୋଷ୍ଠ ପୂର୍ବ ପରି ଖୋଲିଲେ ସାଧାରଣ ଜନତା ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ସେମାନଙ୍କର ସୁବିଧା ଅସୁବିଧା କଥା ଆଲୋଚନା କରିବା ସହିତ ଅଭିଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିପାରିବେ ।

ଏଠାରେ ସୂଚନାଯୋଗ୍ୟ ଯେ ପଚଣ୍ଡ ରୌଦ୍ରତାପ ଯୋଗୁଁ ଗତ ଏପ୍ରିଲ ୩୦ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ବିଭିନ୍ନ ଜିଲ୍ଲାସ୍ତରରେ ଜିଲ୍ଲାପାଳ ତଥା ଆରକ୍ଷୀ ନିରୀକ୍ଷକଙ୍କ ପ୍ରକୋଷ୍ଠ ବନ୍ଦ ରହିଥିଲା । ଏବେ ଜୁଲାଇ ୨ ତାରିଖଠାରୁ ସ୍ୱାଭାବିକ ଭାବେ ଖୋଲାଯାଇ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.