Latest Odisha News

BREAKING NEWS

‘ବନ୍ଦେ ଉତ୍କଳ ଜନନୀ’ ପ୍ରସଙ୍ଗ: ‘ଓଡ଼ିଶା-ଉତ୍କଳ’କୁ ନେଇ ବିବାଦ ତେଜିଲା

ଭୁବନେଶ୍ୱର : ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି । ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟର ଜାତୀୟ ଗାନ କରିବାକୁ ଦାବୀ ହୋଇଥିଲା । ରାଜ୍ୟ ସରକାର ମଧ୍ୟ ଏହାକୁ ନେଇ ବିଚାର ବିମର୍ଶ କରୁଛନ୍ତି ବୋଲି କହିଥିଲେ । କିନ୍ତୁ ଏହାକୁ ନେଇ ବିବାଦ ଆରମ୍ଭ ହେଲା ଯେତେବେଳେ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ‘ଉତ୍କଳ’ ପରିବର୍ତ୍ତେ ‘ଓଡ଼ିଶା’ ଶବ୍ଦ ଏହି ସଙ୍ଗୀତରେ ବ୍ୟବହାର କରିବାକୁ କହିଲେ । ଏହାକୁ ନେଇ ଏବେ ରାଜ୍ୟରେ ବୁଦ୍ଧିଜୀବି ମହଲରେ ବେଶ୍ ଚର୍ଚ୍ଚା ଆଲୋଚନା ହେବା ପରେ ଏବେ ଧିରେ ଧିରେ ଏହାକୁ ନେଇ ରାଜନୈତିକ ସ୍ତରରେ ଆଲୋଚନା ହେବାରେ ଲାଗିଛି ।

ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଏହି ବିବୃତିକୁ ନାପସନ୍ଦ କରିଛନ୍ତି ବିଜେଡ଼ି ସାଂସଦ ନଗେନ୍ଦ୍ର ପ୍ରଧାନ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏହା ଏହିସମୟରେ ଅପ୍ରାସଙ୍ଗିକ କହିଥିବା ବେଳେ ବୁଦ୍ଧିଜୀବି ମହଲରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ଲାଗିରହିଛି ।

ଗୁରୁବାର ଦିନ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଧାରଣା ଆରମ୍ଭ ହୋଇଥିବା ବେଳେ ରାଜଧାନୀରେ ଏହି ପ୍ରସଙ୍ଗକୁ ନେଇ ପଶ୍ଚିମ ଓଡ଼ିଶା ଯୁବ ମୋର୍ଚ୍ଚା ପ୍ରତିକ୍ରିୟା ପ୍ରକାଶ କରିଛି ।

ତେବେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ନେଇ ବିବାଦ ବୃଦ୍ଧି ପାଉଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଭିନ୍ନ ମତ ପୋଷଣ କରିଛନ୍ତି ବିଭିନ୍ନ ବର୍ଗର ବୁଦ୍ଧିଜୀବିଗଣ । ଏହି ପ୍ରସଙ୍ଗକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ହୋଇପଡ଼ିଛି । ଏହା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇପଡ଼ିଥିବା ବେଳେ ରାଜ୍ୟର ବୁଦ୍ଧିଜୀବି, ସାହିତ୍ୟିକ, ଲେଖକ, ସାମ୍ବାଦିକ, କବି ତଥା ଶିକ୍ଷାବିତ ଓଡ଼ିଶା-ଉକ୍ରଳକୁ ନେଇ ଭିନ୍ନ ଭିନ୍ନ ମତ ପୋଷଣ କରିବାରେ ଲାଗିଛନ୍ତି ।

Leave A Reply

Your email address will not be published.