ଭୁବନେଶ୍ୱର : ଡିଭା ମିସ୍ ଇଣ୍ଡିଆ’ କ୍ରାଉନ୍ ଜିତି ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି ଓଡିଆ ଝିଅ ସୌମ୍ୟା ପ୍ରଧାନ ।
ସେ ପାଖାପାଖି ୨୯ଟି ରାଜ୍ୟରୁ ଯୋଗଦେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାର ଏହି ବିଜୟ ମୁକୁଟ୍ ଅକ୍ତିଆର କରିଛନ୍ତି ।
ଏଥିସହିତ ସୌମ୍ୟା ନିଜର ପ୍ରତିଭା ବଳରେ ‘ସୁପର ଟ୍ୟାଲେଣ୍ଟଡ୍’ କାଟାଗୋରୀରେ ମଧ୍ୟ ଆୱାଡ୍ ଜିତିପାରିଛନ୍ତି ।
ଅସ୍ତିତାଭ ଏଣ୍ଟରଟେଣ୍ଟମେଣ୍ଟ୍ ପକ୍ଷରୁ ଜୁଲାଇ ୩ରେ ଉତ୍ତରାଖଣ୍ଡର ହଲଦ୍ୱାନୀଠାରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
ଅପରପକ୍ଷରେ ଏହି ପ୍ରତିଯୋଗୀମାନଙ୍କୁ ନେଇ ଜୁନ୍ ୩୦ ତାରିଖରୁ ଏକ ଗ୍ରୁମିଂ ସେସନ୍, ଟ୍ୟାଲେଣ୍ଟ୍ ରାଉଣ୍ଡ ସହ ଫଟୋସୁଟ୍ ମଧ୍ୟ କରାଯାଇଥିଲା ।
ସୂଚନାଯୋଗ୍ୟ, ପିଲାବେଳୁ ମଡେଲିଂ ପ୍ରତି ଆଗ୍ରହ ଥିବା ୧୭ ବର୍ଷୀୟ ସୌମ୍ୟା କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଅଟନ୍ତି ।
ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ସୌମ୍ୟା ପୂର୍ବରୁ କିଟ୍ ନହ୍ନିପରୀରେ ‘ମିସ୍ ସେଲ୍ଫି’ ଓ ‘କଳିଙ୍ଗ ସୁନ୍ଦରୀ’ ଟାଇଟଲ ମଧ୍ୟ ଜିତିସାରିଛନ୍ତି ।
ସୌମ୍ୟାଙ୍କ ବାପା କୈଳାଶ ଚନ୍ଦ୍ର ପ୍ରଧାନ ରସାୟନ ବିଭାଗର ରିଡର ହୋଇଥିବାବେଳେ ତାଙ୍କ ମା’ ଜଣେ ଗୃହିଣୀ ।
Comments are closed.