Latest Odisha News

ନୟାଗଡରେ ସିରିଜ୍ ଦୁର୍ଘଟଣା, ୧୨ ଆହତ

ନୟାଗଡ : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ କାଳିଆପଡା ଠାରେ ସୋମବାର ଦିନ ଘଟିଥିବା ସିରିଜ୍ କାର୍ ଦୁର୍ଘଟଣାରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ କଣ୍ଟିଲୋ ନିକଟସ୍ଥ ବିଜିପୁର ଅଞ୍ଚଳରୁ ବାହାଘର ସାରି ୨ଟି କାରରେ କିଛି ବରଯାତ୍ରୀ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଦ୍ରୁତଗାମୀ କାର୍ ପ୍ରଥମେ ଆସୁଥିବା ଗାଡିକୁ ଧକ୍କା ଦେଇଥିଲା । ପରେ ପଛରେ ଆସୁଥିବା ଅନ୍ୟ ଏକ କାର୍ ଉକ୍ତ ଗାଡି ପଛରେ ଜୋରରେ ପିଟି ହୋଇଯାଇଥିଲା ।

ଏହି ଦୁର୍ଘଟଣାରେ ୩ଟି ଯାକ କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଉକ୍ତ ଗାଡିରେ ଥିବା ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଖବର ପାଇ ଗଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.