Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଶପଥ ନେଲେ ଓଡ଼ିଆ ଆଇଏଏସ୍ ଗିରିଶ ଚନ୍ଦ୍ର ମୁର୍ମୁ

ଶ୍ରୀନଗର: ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ ଗୁରୁବାର ଦିନ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଶପଥ ଗ୍ରହଣ କରିଛନ୍ତି ।

ଗିରିଶଙ୍କୁ ଜମ୍ମୁ-କାଶ୍ମୀର ଉଚ୍ଚନ୍ୟାୟାଳୟର ଚିଫ୍ ଜଷ୍ଟିସ ଗୀତା ମିତ୍ତଲ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି ।

ଓଡ଼ିଶା ମୟୂରଭଞ୍ଜ ଜିଲ୍ଳାର ବେଟନଟି ଅଞ୍ଚଳର ମୂଳ ବାସିନ୍ଦା ହୋଇଥିବା ଗିରିଶ ୧୯୮୫ ମସିହାରେ ଗୁଜୁରାଟ କ୍ୟାଡର ଆଇଏଏସ୍ ଅଫିସର ରହିଥିବା ବେଳେ ବର୍ତ୍ତମାନ ସେ ଅର୍ଥ ମନ୍ତ୍ରଣାଳୟର ସଚିବ ଭାବରେ କାର୍ଯ୍ୟରତ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଗିରିଶ ତାଙ୍କର ପ୍ରମୁଖ ସଚିବ ଥିଲେ । ତାଙ୍କୁ ପ୍ରଧାନମନ୍ତ୍ରୀଙ୍କର ନକଟତମ ଓ ବିଶ୍ୱସ୍ଥ ବୋଲି କୁହାଯାଏ ।

Leave A Reply

Your email address will not be published.