Latest Odisha News

BREAKING NEWS

ଶ୍ରୀମନ୍ଦିର ପରିସରରେ ଟିକଟକ୍ ଭିଡିଓ ଭାଇରାଲ ଘଟଣା; ନାବାଳିକା ଅଟକ

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଭିଡିଓ କରିବା ଓ ତାକୁ ଟିକଟକରେ ଭାଇରାଲ କରିବା ଘଟଣାରେ ଗୁରୁବାର ଦିନ ସିଂହଦ୍ୱାର ପୋଲିସ ନିମାପଡା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅଟକ ରଖିଛି ।

ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଅତିରିକ୍ତ ଏସପି କହିଛନ୍ତି, ସମ୍ପୃକ୍ତ ନାବାଳିକାଙ୍କୁ ଏସମ୍ପର୍କରେ ପଚରାଉଚରା ଜାରି ରହିଛି ।

ଆହୁରି ମଧ୍ୟ ସେ କହିଛନ୍ତି, ପ୍ରାଚୀନ ଐତିହ୍ୟ ଅଧିନିୟମ ଅନୁଯାୟୀ ଧାରା ୨୯୫(ଏ), ୩୦ ଓ ଆଇଟି ଅଧିନିୟମ ଅନ୍ତର୍ଗତ ୬୬ ଅନୁସାରେ ମାମଲା ରୁଜୁ କରାଯାଇଛି । ଏହାବ୍ୟତିତ ଆଇନ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅଧିକ ପଢନ୍ତୁ: ଶ୍ରୀମନ୍ଦିର ପରିସରରେ ଟିକଟକ୍ ଭିଡିଓ; ସୋସିଆଲ ମିଡିଆରେ ଭାଇରାଲ

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୮ ତାରିଖରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରର ଏକ ଭିଡିଓ ଟିକଟକ୍ ଭାଇରାଲ ହୋଇଥିଲା ।

Leave A Reply

Your email address will not be published.