Latest Odisha News

BREAKING NEWS

ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସମ୍ପର୍କରେ କିଛି ଅଜଣା କଥା ଜାଣନ୍ତୁ…

ଭୁବନେଶ୍ୱର: ଆଜି ଅକ୍ଟୋବର ୩୧ ତାରିଖ । ମହାନ ଜନନାୟକ, ରାଷ୍ଟ୍ର ନିର୍ମାତା ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା ..

୧. ଅକ୍ଟୋବର ୩୧ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ନୁହେଁ !

ଆଜ୍ଞା ହଁ ! ଅକ୍ଟୋବର ୩୧ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରକୃତ ଜନ୍ମଦିନ ନୁହେଁ । ଏହା ନିଜେ ପଟେଲ ହିଁ ସ୍ୱୀକାର କରିଥିଲେ । ମ୍ୟାଟ୍ରିକ ପରୀକ୍ଷା ଦେଉଥିବା ସମୟରେ ତାଙ୍କୁ ଯେତେବେଳେ ତାଙ୍କ ଜନ୍ମ ତାରିଖ ପଚରାଗଲା ତାଙ୍କ ମୁଁହରୁ ହଠାତ ୩୧ ଅକ୍ଟୋବର ୧୮୭୫ ବାହାରି ଆସିଥିଲା । ସେହିଦିନ ଠାରୁ ଅକ୍ଟୋବର ୩୧କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଉଛି ।

୨.ପ୍ରଥମେ ବିବାହ ତାପରେ ହାଇସ୍କୁଲ:

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ୧୬ ବର୍ଷ ବୟସରେ ଝଭେର୍ବା ପଟେଲଙ୍କୁ ବିବାହ କରିଥିଲେ । ଏବଂ ୨୨ ବର୍ଷ ବୟସରେ ସେ ମ୍ୟାଟ୍ରିକ ପାସ କରିଥିଲେ ।

୩. ପିଲାଦିନୁ ବାରିଷ୍ଟର ହେବାକୁ ଇଛା ଥିଲା:

ପିଲାଟି ଦିନୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବାରିଷ୍ଟର ହେବାକୁ ଲକ୍ଷ୍ୟ ରଖିଥିଲେ । ଏଥିପାଇଁ ସେ ଲଣ୍ଡନରେ ପଢିବାକୁ ଚାହୁଁଥିଲେ । କିନ୍ତୁ ସେ ସମୟରେ ତାଙ୍କ ପରିବାରର ପାଖରେ ତାଙ୍କୁ କଲେଜରେ ଦାଖଲ କରିବାକୁ ବି ସମ୍ବଳ ନଥିଲା ।

୪. ଘରଠାରୁ ଦୂରରେ ରହୁଥିଲେ ପଟେଲ:

ନିଜ ଜୀବନର ଅନେକ ସମୟ ପଟେଲ ନିଜ ପାରିବାର ଠାରୁ ଦୂରରେ ରହି ବିତାଇଛନ୍ତି । ସାଙ୍ଗ ମାନଙ୍କ ଠାରୁ ବହି ମାଗି ଆଣି ପଢ଼ିବା ସହ ନିଜ ପଢାଖର୍ଚ୍ଚ ନିଜେ ବହନ କରନ୍ତି । ପରେ ନିଜ ପତ୍ନୀଙ୍କ ସହ ସେ ଗୋଧରା ଠାରେ ରହିଥିଲେ ।

୬.ବାରିଷ୍ଟର ହେଲେ ପଟେଲ:

ନିଜ ସ୍ବପ୍ନକୁ ପୂରଣ କରିବା ପାଇଁ କଷ୍ଟେମଷ୍ଟେ ଟଙ୍କା ସଞ୍ଚୟ କରି ବାରିଷ୍ଟର ହେବାପାଇଁ ଲଣ୍ଡନ ଯିବା ପୂର୍ବରୁ, ପଟେଲ ଭାରତରେ ଓକିଲାତି ପଢି ଗୋଧରା, ଆନନ୍ଦ ଭଳି ସ୍ଥାନରେ ନିଜର ଓକିଲାତି ଜୀବନ ଆରମ୍ଭ କରିଥିଲେ ।

୭.ପ୍ରଖର ବୁଦ୍ଧିର ଅଧିକାରୀ ଥିଲେ ପଟେଲ:

୩୬ ବର୍ଷ ବୟସରେ ସର୍ଦ୍ଦାର ପଟେଲ ଓକିଲାତି ପଢିବା ପାଇଁ ଲଣ୍ଡନ ଚାଲିଗଲେ । ସେଠାରେ ସେ ‘ମିଡିଲ ଟେମ୍ପଲ ଇନସ୍ ଅଫ କୋର୍ଟ’ରେ ନାମ ଲେଖାଇଲେ । ସେଠାରେ ସେ ୩୬ ମାସର କୋର୍ସକୁ ୩୦ ମାସରେ ଶେଷ କରି ସେହି ବ୍ୟାଚରେ ଟପ କରିଥିଲେ ।

୮.ନିଜ କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ:

୧୯୦୯ ମସିହାରେ ପଟେଲଙ୍କ ପତ୍ନୀ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅସଫଳ ଅସ୍ତ୍ରୋପଚାର ଯୋଗୁଁ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା ।

ଅଦାଲତରେ କାର୍ଯ୍ୟବ୍ୟସ୍ତ ଥିବା ସମୟରେ ପଟେଲଙ୍କୁ ନିଜ ସ୍ତ୍ରୀଙ୍କର ମୃତ୍ୟୁ ଖବର ଏକ କାଗଜରେ ଲେଖି ଦିଆଗଲା । କର୍ମକୁ ଭଗବାନ ମଣୁଥିବା ପଟେଲ କାଗଜଟିକୁ ପଢିବା ପରେ ପକେଟରେ ରଖିଦେଇ ପୂର୍ବପରି ନିଜ କାମ ଚାଲୁ ରଖିଲେ ।

୯. ଗୋଟିଏ ସମୟରେ ସେ ଇଂରେଜଙ୍କ ଭଳି ବ୍ୟବହାର କରୁଥିଲେ :

ନିଜର ଓକିଲାତି ପଢ଼ାସାରି ଯେତେବେଳେ ପଟେଲ ଭାରତ ଫେରିଲେ, ସେତେବେଳେ ତାଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଇଂରେଜ ମାନଙ୍କ ଭଳି ସେ, ସୁଟ-ସାର୍ଟ ପିନ୍ଧୁଥିଲେ, ଅଧିକାଂଶ ସମୟ ଇଂରାଜୀରେ କଥା ହେଉଥିଲେ ଏବଂ ଅଧିକାଂଶ ସମୟ ସିଗାରେଟ ମଧ୍ୟ ଟାଣୁଥିଲେ । ପରେ ମହାତ୍ମା ଗାନ୍ଧୀଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କର ଏହିସବୁ ଅଭ୍ୟାସ ଛାଡି ଯାଇଥିଲା ।

୧୦.ରାଜନେତା ହେବାକୁ ଚାହୁଁ ନଥିଲେ :

ହଁ! ସେ କେବେବି ଜଣେ ରାଜନେତା ହେବାକୁ ଚାହୁଁ ନଥିଲେ। ସାଙ୍ଗମାନେ ବାଧ୍ୟ କରିବାରୁ ୧୯୧୭ ମସିହାରେ ସେ ଅହମ୍ମଦାବାଦରେ ପ୍ରଥମଥର ପାଇଁ ପୌରନିର୍ବାଚନ ଲଢ଼ିଥିଲେ ଓ ଜିତିଥିଲେ ମଧ୍ୟ ।

୧୧.ଯେତେବେଳେ ଗାନ୍ଧୀଙ୍କୁ ଅଣଦେଖା କରିଦେଇଥିଲେ ପଟେଲ:

ଏକଦା ମହାତ୍ମା ଗାନ୍ଧୀ ଗୁଜୁରାଟ କ୍ଳବରେ ଭାଷଣ ଦେବାକୁ ଆସିଥିଲେ । ସେହି ସମୟରେ ପଟେଲ ସେଠାରେ ଉପସ୍ଥିତ ଥାଇ ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ଶୁଣିବାକୁ ଯାଇନଥିଲେ କିମ୍ବା ତାଙ୍କ ସାଙ୍ଗ ମାନଙ୍କୁ ଯିବାକୁ ଦେଇନଥିଲେ । ସେତେବେଳେ ସେ ଗାନ୍ଧୀଙ୍କ ଆଦର୍ଶକୁ ବିଶ୍ୱାସ କରୁନଥିଲେ ।

୧୨. ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ:

ଯେତେବେଳେ ଗାନ୍ଧିଜୀ କୃଷକମାନଙ୍କ ସପକ୍ଷରେ ଇଣ୍ଡିଗୋ ବିଦ୍ରୋହ ଘୋଷଣା କଲେ ସେତେବେଳେ ପଟେଲ ତାଙ୍କଠାରୁ ପ୍ରେରଣା ପାଇଥିଲେ । ତାପରେ ୧୯୧୭ରେ ଗାନ୍ଧୀଙ୍କ ସହ ହୋଇଥିବା ଏକ ବୈଠକ ପଟେଲଙ୍କୁ ବଦଳାଇ ଦେଇଥିଲା ଏବଂ ତାଙ୍କୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହେବା ପାଇଁ ପ୍ରେରଣା ଦେଇଥିଲା ।

Leave A Reply

Your email address will not be published.