Latest Odisha News

BREAKING NEWS

କାନାଡାର ନୂଆ ହାଇ କମିଶନର ହୋଇପାରନ୍ତି ଦିନେଶ କେ ପଟ୍ଟନାୟକ

ନୂଆଦିଲ୍ଲୀ:ଗତ କିଛି ବର୍ଷ ଧରି ଭାରତ ଓ କାନାଡା ମଧ୍ୟ ରେ ସମ୍ପର୍କ ଭଲ ନଥିଲା।ତେବେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୀତିଜ୍ଞ ମତଭେଦର ଦୁଇ ବର୍ଷ ପରେ ଚଳିତ ବର୍ଷ  ପ୍ରଧାନମନ୍ତ୍ରୀ ଏବଂ କାନାଡା ପ୍ରତିପକ୍ଷ ମାର୍କ କାର୍ନି ସମ୍ପ୍ରତି ଜି ୭ ଶିଖର ସମ୍ମିଳନୀରେ ଦିଲ୍ଲୀ ଏବଂ ଓଟାୱାରେ ହାଇ କମିଶନରଙ୍କୁ ପୁନଃସ୍ଥାପିତ କରିବାକୁ ପରସ୍ପର ସହମତି ଦେଇଛନ୍ତି।

ବାଣିଜ୍ୟ ଚୁକ୍ତି ଆଲୋଚନା, ଭିସା ସେବା ଏବଂ ଅନ୍ୟାନ୍ୟ ଦ୍ୱିପାକ୍ଷିକ ଆଲୋଚନା ପୁନଃ ଆରମ୍ଭ କରିବାକୁ ମଧ୍ୟ ବିଚାର କରିଥିବା ନେଇ ସୂଚନା ମିଳିଛି। ତେବେ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଭାରତର ବରିଷ୍ଠ କୂଟନୀତିଜ୍ଞ ଦିନେଶ କେ ପଟ୍ଟନାୟକଙ୍କୁ କାନାଡାରେ ନୂତନ ହାଇ କମିଶନର ଭାବରେ ନିଯୁକ୍ତ କରିବାର ସମ୍ଭାବନା ରହିଛି। କାନାଡା ଏହାର ମନୋନୀତ ବ୍ୟକ୍ତିଙ୍କୁ ନାମ ଚୟନ କରିବା ପରେ ଜୁଲାଇ ମାସର ଆରମ୍ଭରେ ହାଇ କମିଶନର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ନେଇ ରିପୋର୍ଟରୁ ଜଣାପଡ଼ିଛି। ତେବେ ନୂଆଦିଲ୍ଲୀ ପୂର୍ବରୁ ତାଙ୍କ ନାମ ଓଟାୱାକୁ ପଠାଇସାରିଛି। ସେ ୧୯୯୦ ବ୍ୟାଚ୍ ର ଭାରତୀୟ ବୈଦେଶିକ ସେବା (ଆଇଏଫଏସ) ଅଧିକାରୀ ଥିଲେ।

ସେ ବର୍ତ୍ତମାନ ସ୍ପେନରେ ଭାରତର ରାଷ୍ଟ୍ରଦୂତ ଅଛନ୍ତି। ଏହାବ୍ୟତୀତ ୨୦୧୬ ରୁ ୨୦୧୮ ପର୍ଯ୍ୟନ୍ତ ୟୁକେରେ ଡେପୁଟି ହାଇକମିଶନର ଭାବରେ କାର୍ଯ୍ୟରତ ଥିଲେ ଓ  ଭାରତୀୟ ପ୍ରବାସୀମାନଙ୍କ ମଧ୍ୟରେ ଖଲିସ୍ତାନ ପ୍ରସଙ୍ଗ ଉଠାଇଥିଲେ।

ତେବେ ସେ ୨୦୦୯-୨୦୧୨ ମଧ୍ୟରେ ଅଷ୍ଟ୍ରିଆରେ ଭାରତୀୟ ଦୂତାବାସରେ ମିଶନର ଡେପୁଟି ଚିଫ୍ ଥିଲେ ଏବଂ ନୂଆଦିଲ୍ଲୀରେ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦର ମହାନିର୍ଦ୍ଦେଶକ ହେବା ସହିତ ମରକ୍କୋ ଏବଂ କାମ୍ବୋଡିଆରେ ମଧ୍ୟ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। କେବଳ ଏତିକି ନୁହେଁ ସେ  ନଭେମ୍ବର ୨୦୧୮ ରୁ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ଅତିରିକ୍ତ ସଚିବ (ଭାରତ ମହାସାଗର କ୍ଷେତ୍ର) ଏବଂ ତା’ପରେ ଜୁଲାଇ ୨୦୧୯ ରୁ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ (ସିପିଭି ଏବଂ ଓଆଇଏ) ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

 

Comments are closed.