ମକା ବିକ୍ରି କରିବାପାଇଁ କଲବଲ ହେଉଛନ୍ତି ଚାଷୀ, ସରକାର ମଣ୍ଡି ଘୋଷଣା କରୁଛନ୍ତି, ମକାର ସରକାରୀ ନିର୍ଦ୍ଧାରିତ ମୂଲ୍ୟବି ଠିକ କରିଛନ୍ତି ସରକାର, କିନ୍ତୁ ମକା ବଜାର, ବ୍ୟବସାୟିଙ୍କ ହାତମୁଠାରେ ଜାବୁଡି ହୋଇ ରହିଛି । ନିୟନ୍ତ୍ରିତବଜାର କମିଟିର କେବଳ କାଗଜପତ୍ରରେ ମକା କିଣା ଚାଲିଚି, ମକାଚାଷୀଙ୍କ ଭାଗ୍ୟକୁ ବ୍ୟବସାୟିଙ୍କ ହାତକୁ ଟେକିଦେଇ ହାତବାନ୍ଧି ବସିରହିଛି ନିୟନ୍ତ୍ରିତ ବଜାର କମିଟି । ମକା ଉତ୍ପାଦନରେ ନବରଙ୍ଗପୁର ଜିଲ୍ଲା ଏସିଆମହାଦେଶରେ ସୁନାମ ଅର୍ଜନ କରିଥିବାବେଳେ ମକାଚାଷୀ ଏଠି ପ୍ରତାରଣାର ଶିକାର ହେଉଛନ୍ତି । ଚଳିତ ବର୍ଷ ନବରଙ୍ଗପୁରଜିଲ୍ଲାରେ ଏକଲକ୍ଷ ଏକର ଜାଗାରେ ଦେଢ଼ଲକ୍ଷ କୁଇଣ୍ଟାଲରୁ ଅଧିକା ମକା ଉତ୍ପାଦନ ହୋଇଛି । ମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ଉତ୍ପାଦିତ ମକା କ୍ରୟ କରାଯିବାର ଆଶାଦେଖାଇ ଗାଁଗାଁ ବୁଲି ନିୟନ୍ତ୍ରିତ ବଜାର କମିଟି, ମକାଚାଷୀଙ୍କ ନାମ ପଞ୍ଜିକରଣ କରିଥିଲେ,ଇନାମ ମାଧ୍ୟମରେ ମଣ୍ଡିରେ ମକା ବିକ୍ରି କରିବାପାଇଁ ୨୦ ହଜାର ୨୪୯ ଜଣ ଚାଷୀ ନିଜ ନାମ ପଞ୍ଜିକୃତ କରିଥିଲେ, ଏବଂ ୧୫୪ ଜଣ ଟ୍ରେଡ଼ର୍ସ ଓ ୨୫ ଟି ଏଫପିଓ ଚାଷୀଙ୍କଠାରୁ ଇନାମ ମାଧ୍ୟମରେ ମକା ଖରିଦ କରିବାପାଇଁ ନାମ ପଞ୍ଜିକରଣ କରିଥିଲେ,କିନ୍ତୁ ବିଡମ୍ବନାର ବିଷୟ ମକାର ଗୋଟିଏ ମଞ୍ଜି ମଧ୍ୟ ମଣ୍ଡିକୁ ଆସିନାହିଁ କି ଇନାମ ମାଧ୍ୟମରେ ଚାଷୀଙ୍କଠାରୁ ଟ୍ରେଡ଼ର୍ସ ମକା କିଣି ନାହାନ୍ତି ।
୨୦୨୪-୨୫ ବର୍ଷରେ ନବରଙ୍ଗପୁରଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ଇନାମ ମାଧ୍ୟମରେ ୧ ଲକ୍ଷ ୯୭ ହଜାର ୭୯୬.୮୦ କୁଇଣ୍ଟାଲ ଏବଂ ଟ୍ରେଡ଼ର୍ସଙ୍କ ଜରିଆରେ ୧୯ ଲକ୍ଷ ୮୧ ହଜାର ୩୨୩.୫୪ କୁଇଣ୍ଟାଲ ମକା, ଏହିଭଳି ସର୍ବ ମୋଟ ୨୧ ଲକ୍ଷ ୭୯ ହଜାର ୧୨୦.୩୪ କୁଇଣ୍ଟାଲ ମକା ଚାଷୀଙ୍କ ଠାରୁ କିଣାଯାଇଥିବା ନବରଙ୍ଗପୁରଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କହିଛନ୍ତି । ହେଲେ କେତେଜଣ ଚାଷୀଙ୍କ ଠାରୁ ଏତେ ପରିମାଣର ମକା ଖରିଦ କରାଯାଇଛି ଏହାର ହିସାବ ସମ୍ପାଦକଙ୍କ ପାଖରେ ନାହିଁ । ଇନାମ ମାଧ୍ୟମରେ କାଗଜପତ୍ରରେ ଲକ୍ଷାଧିକ କୁଇଣ୍ଟାଲ ମକା ଖରିଦ କରିଥିବା ଦର୍ଶାଯାଇଚି । ମକାର ଗୋଟିଏ ବି ମଞ୍ଜି ମଣ୍ଡିକୁ ଆସିନାହିଁ, ନାମକୁ ମାତ୍ର ଚାଷୀଙ୍କ ନାମ ପଞ୍ଜିକରଣ କରି ଚାଷୀଙ୍କୁ ଭୁଆଁ ବୁଲାଉଚି ନିୟନ୍ତ୍ରିତ ବଜାର କମିଟି ।
ମୁଣ୍ଡର ଝାଳ ତୁଣ୍ଡରେ ମାରି, ଗାଁସାହୁକାର ଓ ବ୍ୟାଙ୍କରୁ ଋଣ ଆଣି ଚାଷୀ ମକା ଉତ୍ପାଦନ କରିବାପରେ ଚାଷୀଙ୍କ କଷ୍ଟର୍ଜିତ ଫସଲକୁ ବିକ୍ରି କରିବା ପାଇଁ ମକା ମଣ୍ଡିର ଅପେକ୍ଷା କରିକରି ଅଦିନିଆ ବର୍ଷାରେ କେଉଁ ଚାଷୀର ମକା ଗଜା ହୋଇଗଲାଣିତ କେଉଁ ଚାଷୀ ଗାଁ ସାହୁକାରର ତାଡନା ସହିନପାରି ଦଲାଲ ନିକଟରେ ମକାକୁଇଣ୍ଟାଲ ପିଛା ୧୭ ଶହ ୧୮ ଶହ ଟଙ୍କାରେ ଋଣ ଶୁଝିବାପାଇଁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି | ଏପଟେ ମକା ବ୍ୟବସାୟୀ ଓ ଦଲାଲମାନେ ଏହାର ଫାଇଦା ଉଠାଇବାକୁଯାଇ କୁଇଣ୍ଟାଲ ପିଛା ମକା ଉପରେ ସରକାରଙ୍କ ମୂଲ୍ୟ ୨୪୦୦ ଟଙ୍କା ଥିବାବେଳେ ଚାଷୀଙ୍କ ଠାରୁ ଯଥେଷ୍ଟ କମଦାମରେ ମକା କିଣୁଛନ୍ତି ଦଲାଲ ଓ ବ୍ୟବସାୟୀ | ନବରଙ୍ଗପୁରଜିଲ୍ଲାର ୫-୬ ଜଣ ମକା ବ୍ୟବସାୟୀ କ୍ରୟ କରିଥିବା ମକାର ପରିମାଣକୁ ମିଶାଇ ଇନାମ ମାଧ୍ୟମରେ ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ମଧ୍ୟସ୍ଥତାରେ ମକା କ୍ରୟ କରାଯାଇଥିବା ନେଇ କାଗଜପତ୍ରରେ ଦର୍ଶାଯାଇଛି । ଅନ୍ୟପକ୍ଷରେ ଖରିଫ ଚାଷର ମକା ଫସଲ ଉପରେ ବୀମାର ବ୍ୟବସ୍ଥା ସରକାର କରିଥିବାବେଳେ, ରବି ଫସଲରେ ହେଉଥିବା ମକା ଚାଷ ପାଇଁ ବୀମାର ବ୍ୟବସ୍ଥା ନଥିବାରୁ ଚାଷୀ ଅଦିନିଆ ବର୍ଷାରେ ମକାଫସଲ ନଷ୍ଟ ହେଉଥିବାରୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡୁଛି | ମଣ୍ଡିର ଅର୍ଥ, ସରକାରଙ୍କ ଦ୍ୱାରା ଧର୍ୟ୍ୟ ମୂଲ୍ୟ ଓ ଚାଷୀଙ୍କ ନାମ ପଞ୍ଜିକରଣର ଆବଶ୍ୟକତା ଉପରେ ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକଙ୍କୁ ପଚାରିବାରୁ ଧାନ ଭଳି ମକା କ୍ରୟ କରିବାପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ ଏବଂ ବଜାରଦର ଅନୁସାରେ ମକାଦର ନିର୍ଧାରଣ ହୋଇଥାଏ ବୋଲି କହିଚନ୍ତି ନବରଙ୍ଗପୁରଜିଲ୍ଲା ନୟନ୍ତ୍ରିତ ବଜାର କମିଟି ସମ୍ପାଦକ ।
ମକାର ଅଭାବୀ ବିକ୍ରି ଓ ଚାଷୀଙ୍କୁ ଫସଲର ଉଚିତ ମୂଲ୍ୟ ପ୍ରଦାନ କରିବା ଲକ୍ଷରେ ସରକାର ନିର୍ଦ୍ଧାରିତ ମୂଲ୍ୟ ଠିକ କରିବାସହ ମକା ମଣ୍ଡିର ବ୍ୟବସ୍ଥା କରିବାନେଇ ଦୀର୍ଘବର୍ଷ ଧରି କହିଆସୁଛନ୍ତି ହେଲେ ଏଯାଏଁ ସରକାର ସଠିକ ରୂପରେ ମକାମଣ୍ଡି ଖୋଲିପାରିଲେ ନାହିଁ, ଶିଳ୍ପବିହୀନ ନବରଙ୍ଗପୁର ଜିଲ୍ଲାରେ ମକାଚାଷ ଏକମାତ୍ର ଆର୍ଥିକ ମେରୁଦଣ୍ଡ,ଏହିଭଳି କ୍ଷେତ୍ରରେ ମଣ୍ଡି ଅଭାବରୁ ମକାଚାଷି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।
BREAKING NEWS
- Master Canteen Violence:ମାଷ୍ଟରକ୍ୟାଣ୍ଟିନ ହିଂସା:ଅନଲାଇନ୍ ଅଟୋ ସଂଘ ସଭାପତି ଦୀନବନ୍ଧୁ ପୁରୀରୁ ଗିରଫ
- Superstition Murder: ସ୍ତ୍ରୀକୁ ଫେରିପାଇବା ପାଇଁ ସାଙ୍ଗକୁ ବଳି
- ବଡ଼ ପରଦାରେ ପୁଣି ଏକାଠି ହେବେ ସନ୍ନି-ରାଜକୁମାର; ଖୁବ୍ଶୀଘ୍ର ଆସୁଛି ଆକ୍ସନ୍ ଥ୍ରୀଲର ଘାତକ ୨
- ଆଶ୍ରମ ବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ;ଗୋଟିଏ ସପ୍ତାହରେ ୧୦ ଛାତ୍ରଛାତ୍ରୀ ଆକ୍ରାନ୍ତ
- ମହାନଦୀ ଜଳ ବିବାଦ: ସମାଧାନର ବାଟ ଫିଟାଇବ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସ୍ୱତନ୍ତ୍ର ବୈଷୟିକ କମିଟି
- ଓୟୁଏଟିରେ ବଡ଼ ଅଘଟଣ: ନିର୍ମାଣାଧୀନ ଗେଟ୍ର ଛାତ ଭୁସୁଡ଼ି ୩ ଶ୍ରମିକ ଆହତ
- ହକି ୱାର୍ଲ୍ଡ କପ୍ ୨୦୨୬: ନେଦରଲ୍ୟାଣ୍ଡସ ବିପକ୍ଷରେ ଭାରତର କର ବା ମର ମୁକାବିଲା
- India, Singapore sign pacts:ସାମୁଦ୍ରିକ ଐତିହ୍ୟ, ଖାଦ୍ୟ ସୁରକ୍ଷା ଓ ଟେଲିକମ୍ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତ ଓ ସିଙ୍ଗାପୁର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ
- ଆସନ୍ତାକାଲି ଭଦ୍ରକ ଜିଲ୍ଲାର ୧୩୯ ସ୍କୁଲ ଛୁଟି ଘୋଷଣା, ୫ ବ୍ଲକର ୨୨୫ ଅଙ୍ଗନବାଡ଼ି ମଧ୍ୟ ଛୁଟି
- ମନି ଲଣ୍ଡ୍ରିଂ ମାମଲା: ଖଣି ବ୍ୟବସାୟୀ ରତିକାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଇଡି, କ୍ରିପ୍ଟୋ ସ୍କାମ୍ରେ ଇଓଡବ୍ଲ୍ୟୁର କଡ଼ା କାର୍ଯ୍ୟାନୁଷ୍ଠାନ

Comments are closed.