Latest Odisha News

BREAKING NEWS

ଓଡିଆ ଆଇଏଫଏସ ଅଧିକାରୀ ସଞ୍ଜୟ କୁମାର ପଣ୍ଡା ରିପବ୍ଲିକ ଅଫ୍ ତୁର୍କୀର ରାଷ୍ଟ୍ରଦୂତ ନିଯୁକ୍ତ

ଭୁବନେଶ୍ୱର: ୧୯୯୧ ବ୍ୟାଚର ବରିଷ୍ଠ ଆଇଏଫଏସ ଅଧିକାରୀ ସଞ୍ଜୟ କୁମାର ପଣ୍ଡାଙ୍କୁ ରିପବ୍ଲିକ ଅଫ୍ ତୁର୍କୀରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି । ଏନେଇ ବିଦେଶ ମନ୍ତ୍ରାଳୟ ମଙ୍ଗଳବାର ଦିନ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ବର୍ତ୍ତମାନ ସଞ୍ଜୟ କୁମାର ପଣ୍ଡା ସାନଫ୍ରାନ୍ସିକୋରେ ଭାରତର ବାଣିଜ୍ୟଦୂତ ରୂପେ ନିଯୁକ୍ତ ଅଛନ୍ତି । ଅତିଶୀଘ୍ର ସେ ନୂଆ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.