Latest Odisha News

ଟିକାକରଣ ଲାଗି ୧ରୁ ପଞ୍ଜୀକରଣ କରିପାରିବେ ୧୫ରୁ ୧୮ ବର୍ଷର ପିଲା

ନୂଆଦିଲ୍ଲୀ: ଜାନୁଆରୀ ୧ ରୁ, ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଟିକାକରଣ ପାଇଁ CoWIN ଆପ୍‌ରେ ପଞ୍ଜୀକରଣ କରିପାରିବେ।

CoWIN ପ୍ଲାଟଫର୍ମ ମୁଖ୍ୟ ଡା. ଆର.ଏସ୍ ଶର୍ମା କହିଛନ୍ତି ଯେ ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଜାନୁଆରୀ ୧ ରୁ CoWIN ଆପ୍‌ରେ ପଞ୍ଜୀକରଣ କରିବେ। ଆମେ ପଞ୍ଜୀକରଣ ପାଇଁ ଏକ ଅତିରିକ୍ତ ଆଇଡି କାର୍ଡ ଯୋଡିଛୁ – ଛାତ୍ର ଆଇଡି କାର୍ଡ କାରଣ କେତେକଙ୍କର ଆଧାର କିମ୍ବା ଅନ୍ୟାନ୍ୟ ପରିଚୟ ପତ୍ର ନ ଥାଇପାରେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଘୋଷଣା କରିଛନ୍ତି ଯେ ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଟିକାକରଣ ଜାନୁୟାରୀ ୩, ୨୦୨୨ ରୁ ଆରମ୍ଭ ହେବ।

Leave A Reply

Your email address will not be published.