Latest Odisha News

BREAKING NEWS

ଆଇଏମଏଫରେ ଓଡିଆ ଆଇଆରଏସ୍ ଅଧିକାରୀ ସିମାଞ୍ଚଳ ଦାଶ

ଭୁବନେଶ୍ୱର: ୱାଶିଂଟନ୍ ଡିସିରେ ଥିବା ଆର୍ନ୍ତଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍‌)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ଭାବେ ଓଡିଶା ଜନ୍ମିତ ଆଇଆରଏସ୍ ଅଧିକାରୀ ସିମାଞ୍ଚଳ ଦାଶଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ରବିବାର ଦିନ କ୍ୟାବିନେଟ୍ କମିଟି ପକ୍ଷରୁ ମୋହର ମରାଯାଇଛି ।

କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ଓ ପେନସନ ବିଭାଗ ପକ୍ଷରୁ ଏହି ପଦବୀରେ ଶ୍ରୀ ଦାଶ ୩ ବର୍ଷ ପାଇଁ କାମ କରିବେ ବୋଲି ଘୋଷଣା କରାଯାଇଛି ।

ଏନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ଯୋଗେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

୧୯୮୮ ବ୍ୟାଚର ଆଇଆରଏସ-ଆଇଟି ଅଧିକାରୀ ସିମାଞ୍ଚଳ ଦାଶ ୨୦୧୪ରୁ ୨୦୧୭ ମସିହା ଯାଏଁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ।

Comments are closed.