Latest Odisha News

ରାସ୍ତା କଡରେ ପଡି ରହିଛି ବୃଦ୍ଧଙ୍କ ମୃତଦେହ: ଡାକ୍ତରଖାନାରୁ ପଳାଇ ଆସିଥିବା ସନ୍ଦେହ

ଅନୁଗୁଳ:  ରାସ୍ତା କଡରେ ପଡି ରହିଛି ଜଣେ ବୃଦ୍ଧଙ୍କ ମୃତଦେହ । ତାଙ୍କ ଡାହାଣ ହାତରେ ସାଲାଇନ ଭେନଫ୍ଲୋର ଲାଗିଛି । ଏଣୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରୁ ପଳାଇ ଆସିଥିବା ସନ୍ଦେହ କରା ଯାଉଛି ।

ସୂଚନା ଅନୁସାରେ ହେମସୁରପଡା ଛକର ଏକ ବନ୍ଦ ଦୋକାନ ସାମ୍ନାରେ ଜଣେ ବୃଦ୍ଧ ବସି ରହିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ତେବେ ବୃଦ୍ଧ ଜଣଙ୍କ ସେଠି ମରି ପଡିଥିବା ଜାଣିବା ପରେ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତାଙ୍କ ପରିଚୟ ଜଣା ପଡ଼ିନାହିଁ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କୌଣସି ରୋଗୀ ଅନୁପସ୍ଥିତ ଅଛନ୍ତି ନା ନାହିଁ ସେ ନେଇ ପ୍ରାରମ୍ଭିକ ତଦନ୍ତ କରାଯାଉଛି ।

Leave A Reply

Your email address will not be published.