ଆଉ କିଛି ଦିନ ପରେ ଖୋଲା ମଞ୍ଚରେ ଅଭିନୟ କରିବେ କଳାକାର । ସେଥିପାଇଁ ଏବେ ବିଭିନ୍ନ ଯାତ୍ରାପାର୍ଟିରେ ଚାଲିଛି ରିହଲସେଲ । କଳାକାରମାନେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଯଥା ସମ୍ଭବ ସେମାନଙ୍କର ଚେଷ୍ଟା ଚଳାଇଛନ୍ତି । ଯାତ୍ରା ଲେଖକ ଦର୍ଶକଙ୍କ ମନପସନ୍ଦ କାହାଣୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମଧ୍ୟ ସୁନ୍ଦର ନିର୍ଦ୍ଦେଶନା ଦେଇଛନ୍ତି । ଚଳିତବର୍ଷ ଯାତ୍ରା ଗ୍ରାଣ୍ଡ ମହଲ ଦର୍ଶକଙ୍କ ମନପସନ୍ଦ ହେଲାଭଳି ନାଟକ ତିଆରି କରିଛି । ଆଖଡାଶାଳରେ ଆଗାମୀ ବର୍ଷ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ନାଟକ ରିହଲସେଲ ସରିବା ପରେ ଆଖଡାଶାଳରେ ଶତପ୍ରତିଶତ ପରିବେଷଣ ହୋଇଛି । ସ୍ୱାମୀ ସିନ୍ଦୁରକୁ ଭରଷା ନାହିଁ ନାଟକ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବହୁ ଜନସମାଗମ ଦେଖିବାକୁ ମିଳିଥିଲା । ଜଗନ୍ନାଥ ରାଉତ ନାଟକକୁ ରଚନା କରିଥିବାବେଳେ ନର୍ଦ୍ଦେଶନା ଦେଇଛନ୍ତି ସୁବୋଧ ମିଶ୍ର । ପ୍ରେମ, ପ୍ରତାରଣା, ପ୍ରତିହିଂସାର ଏକ ନିଛକ କାହାଣୀ ଦର୍ଶକ ଏଥିରେ ଦେଖିବାକୁ ପାଇବେ । ଆଜିକାଲିର ଦୁନିଆକୁ ନେଇ କାହାଣୀ ପ୍ରସ୍ତୁତ ହୋଇଛି । ଖଳନାୟକ ଭୂମିକାରେ ଅଭିନୟ କରିଥିବା ଅଭିନ ପାଢୀ ଯାତ୍ରୀ ଆରମ୍ଭରୁ ଦମଦାର ଷ୍ଟାଇଲରେ ଏଣ୍ଟ୍ରି କରିଥିଲେ । ଅଭିନଙ୍କ ସମେତ ବହୁ ବରିଷ୍ଠ କଳାକାରମାନେ ଏଥିରେ ସାମିଲ ହୋଇଛନ୍ତି । ଅଧା ରାତିରେ ଦର୍ଶକଙ୍କୁ ମତୁଆଲା କରିବା ପାଇଁ ଦମଦାର ଆଙ୍କରିଂ କରାଯାଇଥିଲା । ଏହା ସହ ମନପସନ୍ଦର ନୃତ୍ୟ ମଧ୍ୟ କଳାକାରମାନେ ପରିବେଷଣ କରିଥିଲେ । ଏହି ନାଟକ ସମସ୍ତଙ୍କ ମନକୁ ବେସ ଛୁଇଁବ ବୋଲି କଳାକାରମାନେ ଆଶାବାଦୀ ଅଛନ୍ତି । ଗୋଟିଏ ସ୍ତ୍ରୀ ପାଇଁ ସ୍ୱାମୀର ସିନ୍ଦୁର କେତେ ମୂଲ୍ୟବାନ ତାକୁ ନାଟକ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରାଯାଇଛି । ଆଜିକାଲି ଯେପରି ସ୍ୱାମୀ ଥାଉ ଥାଉ ଭୂଲ କାମ କରିବାକୁ ପଛାଉ ନାହାଁନ୍ତି ତାହା କେତେ ଖରାପ ତାହା ମଧ୍ୟ କୁହାଯାଇଛି । ବିଶେଷ କରି ସମୟର ସ୍ରୋତରେ ମଣିଷ ଯେତେବେଳେ ଭୂଲ କରିବସେ ସେ ଭୂଲକୁ ଠିକ କରିବାକୁ ବହୁତ କଷ୍ଟ କରିବାକୁ ପଡିଥାଏ । ଆଜାକାଲିର ପ୍ରେମ ଓ ପ୍ରତାରଣା କେତେ ସହଜ ଆଉ କଷ୍ଟ ତାକୁ ମଧ୍ୟ ଦର୍ଶକ ନାଟକରେ ପାଇପାରିବେ ।
BREAKING NEWS
- ୧୪୪ ଶିଶୁଙ୍କୁ ଅମାନୁଷିକ ନିର୍ଯାତନା ମାମଲା: ଡେ-କେୟାର ପ୍ରିନ୍ସିପାଲଙ୍କୁ ୫ ବର୍ଷ କାରାଦଣ୍ଡ
- ବେଆଇନ କଫ ସିରଫ ଓ ଅସ୍ତ୍ରଶସ୍ତ୍ର କାରବାର ଘଟଣାର ପର୍ଦ୍ଦାଫାଶ; ୧୧ ଲକ୍ଷ ଟଙ୍କା ସହ ବନ୍ଧୁକ,ଜୀବନ୍ତ ଗୁଳି ଜବତ
- ବାତ୍ୟା ଅକୱାନ ପରେ ୧୦.୬୯ ଲକ୍ଷ ଗ୍ରାହକଙ୍କୁ ବିଦ୍ୟୁତ ସେବା ଯୋଗାଇଲା ଟିପିଏସ୍ଓଡିଏଲ୍
- ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ:୩ ଜଣ ଡାକ୍ତର ନିଲମ୍ବିତ
- ବର୍ଷା ଯୋଗୁଁ ବ୍ଲାଇଣ୍ଡ ଏସିଆ କପ୍ ଫାଇନାଲ୍ ବାତିଲ୍: ବିନା ମ୍ୟାଚ୍ରେ ପାକିସ୍ତାନକୁ ବିଜେତା ଘୋଷଣା, ପୁରସ୍କାର ବିତରଣ ଉତ୍ସବ ବର୍ଜନ କଲା ଭାରତ
- Baba Dhabaleswar: ୨୧ରୁ ଧବଳେଶ୍ୱର ପୀଠରେ ସାଧାରଣ ଦର୍ଶନ ପୁନଃ ଆରମ୍ଭ;ଶ୍ରଦ୍ଧାଳୁଙ୍କ ଯାନବାହନ ପାଇଁ ସ୍ୱତନ୍ତ୍ର ପାର୍କିଂ ଯୋଜନା ପ୍ରସ୍ତୁତ
- ଭାରତ-ଏ ଦଳର ରେକର୍ଡ ବିଜୟ: ନେପାଳକୁ ୨୬ ରନ୍ରେ ଅଲ୍ଆଉଟ୍ କଲା ଟିମ୍ ଇଣ୍ଡିଆ, ୩୦୬ ରନ୍ରେ ମାରିଲା ବାଜି
- ଆଇପିଏଲ୍ ୨୦୨୭ ଅକ୍ସନ: ରିଲିଜ୍ ହୋଇଥିବା ଏହି ୫ ଜଣ ଧୁରନ୍ଧର ବଦଳାଇ ଦେବେ ଯେକୌଣସି ଟିମ୍ର ଭାଗ୍ୟ!
- ସ୍ଥଗିତ ପରୀକ୍ଷା ପାଇଁ ପୁଣି ତାରିଖ ଧାର୍ଯ୍ୟ କଲା SSB;ଡିସେମ୍ବର ୩ ଓ ୪ ତାରିଖରେ ହେବ ସିବିଟି ପରୀକ୍ଷା
- ଆସନ୍ତା ୨୨ରେ ନାରାୟଣ ସେବା ସଂସ୍ଥାନ ପକ୍ଷରୁ ମେଗା ନିଃଶୁଳ୍କ ଦିବ୍ୟାଙ୍ଗ ସଂଶୋଧନ ଶିବିର;କୃତ୍ରିମ ଅଙ୍ଗ ପାଇଁ ନିଆଯିବ ମାପ
Comments are closed.