Latest Odisha News

BREAKING NEWS

ଭଞ୍ଜଭାରତୀର ଓଡ଼ିଆ ସାହିତ୍ୟ ସମାରୋହ ଉଦଘାଟିତ

ଭୁବନେଶ୍ୱର : ସାରସ୍ୱତ ଅନୁଷ୍ଠାନ ଭଞ୍ଜଭାରତୀ ପକ୍ଷରୁ ଆୟୋଜିତ ତିନିଦିନିଆ ଓଡ଼ିଆ ସାହିତ୍ୟ ସମାରୋହର ପ୍ରଥମ ଦିନରେ ‘ଭଞନିକୁଞ୍ଜ’ ଉଦଘାଟନ ହୋଇ ଯାଇଛି। ଅନୁଷ୍ଠାନର ସଭାପତି ନୀଳାଦ୍ରି ମୋହନ ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଓଡ଼ିଆ ସାହିତ୍ୟକୁ ସଂସ୍କୃତ ସାହିତ୍ୟ ସହ ସମକକ୍ଷ କରିବା ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କୃତି ସର୍ବଦା ଅଗ୍ରଗଣ୍ୟ ଓ ଅବିସ୍ମରଣୀୟ ବୋଲି ଶ୍ରୀ ପାଣିଗ୍ରାହୀ ମତ ପ୍ରକାଶ କରିଥିଲେ।

ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ କବି ସମ୍ରାଟଙ୍କୁ ସର୍ବଶ୍ରେଷ୍ଠ ବିନ୍ଧାଣି ବୋଲି ଅଭିହିତ କରିଥିଲେ। ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ ସମ୍ମାନନୀୟ ବକ୍ତା ଭାବରେ ଯୋଗଦେଇ ଭଞ୍ଜ ସାହିତ୍ୟର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ସାରସ୍ୱତ ସମାରୋହକୁ ଅନୁଷ୍ଠାନ ତରଫରୁ ବିଜୟା ମିଶ୍ର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଗୁରୁ ସୁକାନ୍ତ କୁଣ୍ଡୁ ଓ ସାଥି ଭଞ୍ଜ କାବ୍ୟ ସଙ୍ଗୀତ ପରିବେଷଣ କରିଥିବା ବେଳେ ଭଞ୍ଜଭାରତୀର ବରିଷ୍ଠ ସଦସ୍ୟ ଡକ୍ଟର ବେଣୁଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.