Latest Odisha News

BREAKING NEWS

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କିଏ ପାଇବେ ସ୍ଥାନ, ଦେଖନ୍ତୁ ସମ୍ଭାବ୍ୟ ତାଲିକା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ୨ୟ ଥର ଲାଗି ଗୁରୁବାର ଦିନ ଶପଥ ନେବାକୁ ଯାଉଛନ୍ତି । ଏହି ଅବସରରେ ତାଙ୍କ ମନ୍ତ୍ରୀମଣ୍ଡଳରେ କେଉଁମାନେ ସ୍ଥାନ ପାଇବେ, ସେନେଇ ଚର୍ଚ୍ଚା ଜୋର୍ ଧରିଛି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅରୁଣ ଜେଟଲୀଙ୍କୁ ବାଦଦେଇ ମୋଦିଙ୍କ ଶାସନକାଳରେ ରହିଥିବା ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ ଏଥର ମଧ୍ୟ ପୂର୍ବପରି ସ୍ଥାନ ପାଇବେ । ତେବେ ଜେଟଲି୍ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସାମାନ୍ୟ ବିରତି ଚାହୁଁଥିବା ନେଇ ମୋଦିଙ୍କୁ ଅବଗତ କରାଇଥିଲେ । ତେବେ ଉକ୍ତ ମନ୍ତ୍ରୀମଣ୍ଡଳରେ ଅମିତ ଶାହଙ୍କୁ ସାମିଲ କରିବାର ସମ୍ଭାବନା ରହିଛି । ଏହାବ୍ୟତୀତ ଶାହ ବିଜେପି ଅଧ୍ୟକ୍ଷ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ରାଜନୈତିକ ମହଲରୁ ସୂଚନା ମିଳିଛି ।

ଏପରିକି ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଓଡିଶାରୁ ପ୍ରାୟ ୩ଟି ନୂଆଁ ମୁହଁ ସ୍ଥାନ ପାଇପାରନ୍ତି । ତେବେ ଏଯାବତ୍ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ସର୍ବସମ୍ମୁଖକୁ ଆସିଥିବା ନେଇ ଗଣମାଧ୍ୟମ ସୁତ୍ରରୁ ପ୍ରକାଶ ।

ଜାଣନ୍ତୁ, ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କେଉଁମାନେ ପାଇପାରନ୍ତି ସ୍ଥାନ…

  • ଧର୍ମେନ୍ଦ୍ର ପ୍ରଧାନ
  • ସୁଷମା ସ୍ୱରାଜ
  • ରାଜନାଥ ସିଂହ
  • ପିୟୂଷ ଗୋଏଲ
  • ନିତିନ ଗଡକରୀ
  • ଅର୍ଜୁନ ରାମ ମେଘୱାଲ୍
  • ରବି ଶଙ୍କର ପ୍ରସାଦ
  • ନିର୍ମଳା ସୀତାରମଣ
  • ଜିତେନ୍ଦ୍ର ସିଂହ
  • ପ୍ରକାଶ ଜାଭେଡକର୍
  • ସ୍ମୁତି ଇରାନୀ
  • କିରଣ ରିଜ୍ଜୁ
  • ରାମଦାସ ଆଥୱାଲେ
  • ବାବୁଲ ସୁପ୍ରିୟୋ
  • ରାମବିଳାସ ପାଶୱାନ୍
  • ସୁରୋଶ ଅଙ୍ଗାଡି
  • ସଦାନନ୍ଦ ଗୌଡା
  • ପି ରବିନ୍ଦ୍ରନାଥ
  • ପ୍ରହ୍ଲାଦ ଯୋଶୀ
  • କୈଳାଶ ଚୌଧୁରୀ
  • କ୍ରିଷ୍ଣ୍ ପାଲ୍
  • ଅନୁପ୍ରିୟା ପଟେଲ୍
  • ହରସିମ୍ରତ କୌର ବାଦଲ
  • ସଞ୍ଜିବ ବାଲିୟାଁ
Leave A Reply

Your email address will not be published.