Latest Odisha News

BREAKING NEWS

ରିଲିଜ ହେଲା ଓଡିଆ ଚଳଚ୍ଚିତ୍ର ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’ ଗୁରୁବାର ଦିନ ଓଡିଶାର ୨୨ଟି ସିନେମା ହଲରେ ମୁକ୍ତିଲାଭ କରିଛି।

ଏହି ଚଳଚ୍ଚିତ୍ରର କାହାଣୀ ରୋମାଣ୍ଟିକ୍‌ ଡ୍ରାମା ଉପରେ ଆଧାରିତ। ଏଥିରେ ଅଭିଷେକ ରଥ, ଅଙ୍କିତା, ମହିମା ଏବଂ ଶକ୍ତି ବରାଳ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଅଭିଷେକଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଅଭିନେତ୍ରୀ ମହିମା ଏବଂ ଅଙ୍କିତା।

‘ଗୋଲଡେନ୍ ଫରେଷ୍ଟ ଇଣ୍ଡିଆ ଟେଲିଭିଜନ ପିଭି ଲିମିଟେଡ୍’ ବ୍ୟାନରରେ ବଦ୍ରିନାଥ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରଣଜିତ ବାରିକ।

ଅଭିଜିତ ମଜୁମଦାରଙ୍କ ଦ୍ୱାରା ରଚିତ ଗୀତରେ ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର, ସ୍ବୟମ୍‌ ପାଢୀ, ଇରା ମହାନ୍ତି, ରୋଜାଲିନ୍, ରିଙ୍କି, ନେହା ଏବଂ ନିହାରିକା କଣ୍ଠଦାନ କରିଛନ୍ତି।

ମିଡିଆ ଏବଂ କ୍ରୁ ସଦସ୍ୟଙ୍କ ଉପସ୍ଥିତିରେ ଏହି ଚଳଚ୍ଚିତ୍ରଟି ଏସପ୍ଲାନେଡ୍-ସିନେପଲିସରେ ମୁକ୍ତିଲାଭ କରିଥିଲା।

Comments are closed.