Latest Odisha News

BREAKING NEWS

ଆସନ୍ତାକାଲିଠୁ ଏହି ଜିଲ୍ଲାରେ ୧୨ ଘଣ୍ଟିଆ ରାତ୍ରି କର୍ଫ୍ୟୁ

ନୂଆଦିଲ୍ଲୀ: ପୁଣେରେ ଶନିବାର ଠାରୁ ୧୨ ଘଣ୍ଟିଆ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି। ପୁଣେରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ ଟାରୁ ଆରମ୍ଭ ହୋଇ ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ ଏବଂ ପରବର୍ତ୍ତୀ ପଦକ୍ଷେପ ପାଇଁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ କରୋନାଭାଇରସ୍ ସ୍ଥିତି ଉପରେ ନଜର ରଖାଯିବ ବୋଲି ପୁଣେର ଜଣେ କର୍ତ୍ତୃପକ୍ଷ କହିଛନ୍ତି।

ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଗୁରୁବାର ଦିନ ୮,୦୧୧ ନୂତନ କରୋନାଭାଇରସ୍ ମାମଲା ଚିହ୍ନଟ ହେବା ସହ ୬୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପୁଣେ ଡିଭିଜନାଲ କମିଶନର ସୌରଭ ରାଓ ଶୁକ୍ରବାର ଦିନ ଘୋଷଣା କରିଛନ୍ତି, “ଆସନ୍ତାକାଲି ଠାରୁ ପୁଣେରେ ରାତି ୬ ଟାରୁ ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କର୍ଫ୍ୟୁ ଲାଗୁ ହୋଇଛି। ଆସନ୍ତା ଶୁକ୍ରବାର ଦିନ ଏହାର ସ୍ଥିତି ସମୀକ୍ଷା କରାଯିବ। ”

ସୂଚନା ମୁତାବକ ପୁଣେରେ ବାର, ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ୭ ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ କେବଳ ହୋମ୍‌ ଡେଲିଭରିଜ୍‌କୁ ଅନୁମତି ଦିଆଯିବ। ଏହି ୭ ଦିନର ଅବଧିରେ ପୁଣେରେ ଅନ୍ତିମ ସଂସ୍କାର ଏବଂ ବିବାହ ବ୍ୟତୀତ କୌଣସି ସାର୍ବଜନୀନ କାର୍ଯ୍ୟକୁ ଅନୁମତି ଦିଆଯିବ ନାହିଁ।

ପୁଣେରେ ଅନ୍ତିମ ସଂସ୍କାରରେ ସର୍ବାଧିକ ସଂଖ୍ୟକ ଲୋକ ୨୦ ରଖାଯାଇଥିବା ବେଳେ ବିବାହ କ୍ଷେତ୍ରରେ ଲୋକସଂଖ୍ୟାକୁ ୫୦ରେ ସୀମିତ ରଖାଯାଇଛି। ଏହି ନିର୍ଦ୍ଦେଶ ଶନିବାର ଠାରୁ କାର୍ଯ୍ୟକାରୀ ହେବ ବୋଲି ପୁଣେ ବିଭାଗୀୟ କମିଶନର ହିଛନ୍ତି।

ପୁଣେ କର୍ତ୍ତୃପକ୍ଷ ସମସ୍ତ ସର୍ବସାଧାରଣ ସ୍ଥାନ, ସିନେମା ହଲ୍‌କୁ ଆସନ୍ତା ୭ ଦିନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୭ ଦିନ ପାଇଁ ସିଟି ବସ୍ ମଧ୍ୟ ସ୍ଥଗିତ ରହିବ।

Leave A Reply

Your email address will not be published.