Latest Odisha News

BREAKING NEWS

୫୦ ବର୍ଷ ପରେ ବି ନିଜ ପ୍ରଥମ ପ୍ରେମକୁ ଭୁଲି ନାହାନ୍ତି ଏହି ୮୨ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ: ପ୍ରେମ ନିରନ୍ତର, ନିଷ୍ପାପ, ନିଷ୍କପଟ। ପ୍ରେ୍‌ମରେ ନଥାଏ କୌଣସି ବନ୍ଦ ବାଡ଼। ପ୍ରେମର କୌଣସି ସୀମା ନାହିଁ। ଏମିତି ଅନେକ ପ୍ରବାଦ ଆମେ ଆଗରୁ ଶୁଣିଛେ ନିଶ୍ଚୟ କିନ୍ତୁ ଏହି ପ୍ରବାଦକୁ ସତ ପ୍ରମାଣିତ କରିଛନ୍ତି ଜଣେ ୮୨ ବର୍ଷୀୟ ବୃଦ୍ଧ।

ରାଜସ୍ଥାନର ଜୌସଲମେରରେ ଅବସ୍ଥିତ କୁଲଧରାର ଗ୍ରାମର ଜଣେ ୮୨ ବର୍ଷିୟ ଗେଟ୍‌ କିପର୍‌ ଏହି ପୁରାତନ ପ୍ରବାଦକୁ ସତ ପ୍ରମାଣିତ କରିଛନ୍ତି।

ସେ ତାଙ୍କର ପ୍ରଥମ ପ୍ରେମର କାହାଣୀ ବର୍ଣ୍ଣନା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଗୁରୁବାର ଦିନ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରକାଶିତ ଏକ ସାକ୍ଷାତକାରରେ ହ୍ୟୁମାନ୍ସ ଅଫ୍ ବମ୍ବେ ସହିତ କଥାବାର୍ତ୍ତା କରି କହିଛନ୍ତି, “ୟେ ଉନ୍‌ ଦିନୋ କି ବାତ୍‌ ହୈ, ଜବ୍ ପେହଲି ନଜର ମୈ ପ୍ୟାର୍‌ ହୋ ଜାତା ଥା! ”

୩୦ ବର୍ଷ ବୟସରେ ଏହି ବୃଦ୍ଧ ବ୍ୟକ୍ତିଙ୍କ ଜୀବନରେ ପ୍ରଥମ ପ୍ରେମର ଆଗମନ ହୋଇଥିଲା। ୧୯୭୦ ମସିହାରେ ଏହି ବୃଦ୍ଧ ବ୍ୟକ୍ତି ଜୈସଲମେରରେ ମାରିନା ନାମକ ଜଣେ ଅଷ୍ଟ୍ରେଲୀୟ ମହିଳାଙ୍କୁ ଭେଟିଥିଲେ। ଏହି ମହିଳା ଜଣଙ୍କ ଜୈସଲମେରଙ୍କୁ ପାଞ୍ଚ ଦିନିଆ ଭ୍ରମଣରେ ଆସିଥିଲେ। ଯେତେବେଳେ ଦୁହିଁଙ୍କର ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲା ଉଭୟ ପରସ୍ପରଙ୍କ ପ୍ରେମରେ ପଡ଼ିଯାଇଥିଲେ।

ସେ କହିଛନ୍ତି ଯେ ମାରିନା ମଧ୍ୟ ତାଙ୍କ ପ୍ରତି ନିଜର ଭାବନା ପ୍ରକାଶ କରିଥିଲେ। “ମୁଁ ମଧ୍ୟ ମାରିନାଙ୍କୁ ପ୍ରେମ ନିବେଦନ କରିଥିଲି।

ଉଭୟ ଚିଠି ମାଧ୍ୟମରେ ଦୀର୍ଘ ସମୟ ଧରି ପରସ୍ପର ସହିତ ସମ୍ପର୍କ ରଖିଥିଲେ। ଏହାସହିତ ବ୍ୟକ୍ତି ଜଣଙ୍କ ନିଜ ପ୍ରେମିକାକୁ ଭେଟିବା ପାଇଁ ୩୦,୦୦୦ ଟଙ୍କାର ଋଣ ନେଇଥିଲେ ଏବଂ ଅଷ୍ଟ୍ରେଲିଆ ଯାଇଥିଲେ। ଏ ବିଷୟରେ ସେ ଘରେ କାହାକୁ କିଛି ଜଣାଇନଥିଲେ ଏବଂ ସେଠାରେ ପ୍ରାୟ ତିନିମାସ ରହିଥିଲେ।

Leave A Reply

Your email address will not be published.