ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ ସଂଗୀତକାର ଅଭିଜିତ ମଜୁମଦାର ଏମସ୍ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିଲେ। ସେ କୋମାରେ ଥିଲେ। ତେବେ ତାଙ୍କୁ ଗୁରୁବାର ଦିନ ଆଇସିୟୁରୁ ବାହାର କରି ବର୍ତ୍ତମାନ୍ ମେଡିସିନ୍ ୱାର୍ଡର ଏକ ଆଇସୋଲେସନ୍ ରୁମରେ ରଖାଯାଇଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି।
ତାଙ୍କର ସ୍ନାୟୁଗତ ଅବସ୍ଥା କ୍ରମାଗତ ଭାବେ କୋମା ସହିତ GCS- E2, VT, M2-3 ଥିବା ନେଇ ଜଣାପଡ଼ିଛି। ଗତ ୧୮ ତାରିଖରେ ତାଙ୍କର ପୁନଃ MRI କରାଯାଇଥିଲା ଓ ପୂର୍ବରୁ ହୋଇଥିବା ରେଡିଓଲୋଜିକାଲ୍ ରେଜଲ୍ଟ ସହ ଏହା ସମାନ ଥିଲା। ସେହିପରି ସେପ୍ଟେମ୍ବର ୯ ତାରିଖରେ ତାଙ୍କର ପର୍କ୍ୟୁଟେନିୟସ୍ ଟ୍ରାକିଓଷ୍ଟୋମି କରାଯାଇଥିଲା। ଅପରପକ୍ଷରେ ତାଙ୍କର ବ୍ଲଡ଼ ଇନ୍ଫେକ୍ସନ ଓ ନିମୋନିଆ ରୋଗର ନିରାକରଣ ହୋଇଥିବା ଡକ୍ଟର ମାନେ କହିଛନ୍ତି। ସେ ଗତ ୪୮ ଘଣ୍ଟାରୁ ଅଧିକ ସମୟ ପାଇଁ ଭେଣ୍ଟିଲେଟର୍ ସପୋର୍ଟ ବାହାରେ ଥାଇ ମଧ୍ୟ ତାଙ୍କର ଲିଭର୍ ଏବଂ କିଡନୀ ସ୍ବାଭାବିକ ଥିବା ନେଇ ସୂଚନା ମିଳିଛି। ଏଥିସହିତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ନେଇ ଡକ୍ଟର ମାନେ କହିଛନ୍ତି।
ସ୍ଵାସ୍ଥ୍ୟଗତ କାରଣରୁ ୫୪ ବର୍ଷୀୟ ସଂଗୀତକାରଙ୍କୁ ସେପ୍ଟେମ୍ବର ୪ ତାରିଖ ସକାଳ ୧୦ଟାରେ କଟକର ଏକ ଘରୋଇ ହସ୍ପିଟାଲ ନିଆଯାଇ ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏମ୍ସ-ଭୁବନେଶ୍ୱରର ICU ଏବଂ ECMO ବିଶେଷଜ୍ଞ ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ICUକୁ ସ୍ଥାନାନ୍ତର କରାଯାଇଥିଲା।
ସେ ଉଚ୍ଚ ରକ୍ତଚାପ, ହାଇପୋଥାଇରଏଡିଜମ୍ ଏବଂ କ୍ରନିକ ଲିଭର ରୋଗ ସମେତ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ। AIIMS ମେଡିକାଲରେ ହୋଇଥିବା ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ରୁ ସେ ଅସ୍ମୋଟିକ୍ ଡିମାଏଲିନେସନ୍ ସିଣ୍ଡ୍ରୋମ୍ (ପୋଣ୍ଟିନ୍ ଏବଂ ଏକ୍ସଟ୍ରାପୋଣ୍ଟିନ୍ ଉଭୟ), ଦ୍ୱିପାକ୍ଷିକ ନିମୋନିଆ, ଆସିନେଟୋବ୍ୟାକ୍ଟର (MDRO) ଯୋଗୁଁ ରକ୍ତ ସଂକ୍ରମଣ, ଡାଇସେଲେକ୍ଟ୍ରୋଲାଇଟେମିଆରେ ପୀଡିତ ଥିବା ନେଇ ଜଣାପଡ଼ିଛି।
ତେବେ ଅଭିଜିତ ଓଡିଆ ଏବଂ ସମ୍ବଲପୁରୀ ଚଳଚ୍ଚିତ୍ର ଓ ଆଲବମରେ ୭୦୦ ରୁ ଅଧିକ ଗୀତ ପାଇଁ ସଙ୍ଗୀତ ରଚନା କରିଛନ୍ତି। ସେହି ମଧ୍ୟରେ ‘ଲଭ୍ ଷ୍ଟୋରୀ’, ‘ସିଷ୍ଟର ଶ୍ରୀଦେବୀ’, ‘ଗୋଲମାଲ ପ୍ରେମ’, ‘ସୁନ୍ଦରଗଡ ର ସଲମାନ ଖାନ’ ଏବଂ ‘ଶ୍ରୀମାନ ସୁରଦାସ’ ଭଳି ଅନେକ ଫିଲ୍ମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
Comments are closed.