Latest Odisha News

BREAKING NEWS

ଓଡ଼ିଆ କଣ୍ଠଶିଳ୍ପୀ ସୁଧା ମିଶ୍ରଙ୍କୁ ମିଳିବ ପ୍ରଣବ ପରମ୍ପରା ସମ୍ମାନ

ଭୁବନେଶ୍ୱର : ବିଶ୍ୱ ମାତୃଭାଷା ଦିବସର ପୂର୍ବ ଦିନ ସମ୍ଭାବନା ପକ୍ଷରୁ ଓଡ଼ିଆ କଣ୍ଠଶିଳ୍ପୀ ସୁଧା ମିଶ୍ରଙ୍କୁ ପ୍ରଣବ ପରମ୍ପରା ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ ବୋଲି ସମ୍ଭାବନାର ପରିଚାଳନା ଟ୍ରଷ୍ଟି ଦେବପ୍ରସାଦ ପରିଜା ସୂଚନା ଦେଇଛନ୍ତି।

ଜୟଦେବ ଭବନ ପରିସରରେ ହେବାକୁ ଥିବା ଏହି କାର୍ଯ୍ୟ କ୍ରମରେ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ସଙ୍ଗୀତର ସ୍ୱତନ୍ତ୍ର କାର୍ଯ୍ୟକ୍ରମଆୟୋଜିତ ହେବ। ଶ୍ରୀ ପଟ୍ଟନାୟକ ଗାଇଥିବା ଭକ୍ତି ସଙ୍ଗୀତ, ଜୀବନ ଦର୍ଶନ ସଙ୍ଗୀତ ଓ ପ୍ରଣୟ ସଙ୍ଗୀତ ର ତିନିଗୋଟି ପର୍ଯ୍ୟାୟରେ ନିଜେ ପ୍ରଣବ ପଟନାୟକ ସହ ଛନ୍ଦା ମିଶ୍ର , ଅର୍ଣ୍ଣବ ପଣ୍ଡା , ଋତିକା ରିମଝିମ , ଇପ୍ସିତା ମହାନ୍ତି , ପୁଣ୍ୟତା ଦାଶ ଓ ବିପୁଳ ଆଦି ଜଣାଶୁଣା କଣ୍ଠଶିଳ୍ପୀ ମାନେ ସଙ୍ଗୀତ ପରିବେଷଣ କରିବେ।

Comments are closed.