ଭୁବନେଶ୍ୱର: ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି ଆଉ ଜଣେ ଓଡ଼ିଆ । ଜଣାଶୁଣା ସାଉଣ୍ଡ ଡିଜାଇନର ନିହାର ରଂଜନ ସାମଲଙ୍କୁ ମିଳିଛି ଫିଲ୍ମ ଫେୟାର ଆୱାର୍ଡ । ବହୁ ଚର୍ଚ୍ଚିତ ଫିଲ୍ମ ‘ଉରି- ଦ ସର୍ଜିକାଲ ଷ୍ଟ୍ରାଇକ’ ପାଇଁ ସାଉଣ୍ଡ ଡିଜାଇନ କରିଥିବା ଓଡିଆସାଉଣ୍ଡ ଡିଜାଇନରଙ୍କୁ ମିଳିଛି ଫିଲ୍ମ ଫେୟାର ସମ୍ମାନ ।
ଫେବୃଆରୀ ୨ରେ ଅନୁଷ୍ଠିତ ୬୫ତମ ଫିଲ୍ମ ଫେୟାର ସର୍ଟ ଫିଲ୍ମ ଓ ଟେକ୍ନନିକାଲ ବର୍ଗ ପାଇଁ ବିଜେତାଙ୍କ ନାଁ ଘୋଷଣା କରାଯାଇଥିଲା । ଯେଉଁଥିରେ ଓଡିଆ ସାଉଣ୍ଡ ଡିଜାଇନ ନିହାର ରଂଜନ ସାମଲଙ୍କ ନାଁ ଘୋଷଣା କରାଯାଇଛି ।
ନିହାରଙ୍କ ସହ ଏହି ଫିଲ୍ମ ପାଇଁ ମିଳିତଭାବେ ଶବ୍ଦ ସଂଯୋଜନା କରିଥିଲେ ବିଶ୍ୱଦୀପ ଦୀପକ ଚାଟାର୍ଜୀ ।
ସାଉଣ୍ଡ ଡିଜାଇନର, ସିଙ୍କ୍ ସାଉଣ୍ଡ ରେକର୍ଡିଷ୍ଟ ସହ ଅଡିଓଗ୍ରାଫର ଏବଂ ସାଉଣ୍ଡ ମିକ୍ସରଭାବେ ସେ ୪୦ରୁ ଉର୍ଦ୍ଧ୍ବ ବଲିଉଡ ସିନେମା ପାଇଁ କାମ କରିସାରିଛନ୍ତି ।
ଏହା ନିହାରଙ୍କର ତାଙ୍କର ପ୍ରଥମ ଫିଲ୍ମ ଫେୟାର ପୁରସ୍କାର ନୁହେଁ। ପୂର୍ବରୁ ୨୦୧୪ରେ ‘ମାଡ୍ରାସ କେଫ୍’ ପାଇଁ ନିହାରଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମିଳି ସାରିଛି । ଏହି ସିନେମା ପାଇଁ ସେ ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ ଭାବେ ଜାତୀୟ ଚଳଚିତ୍ର ପୁରସ୍କାର ମଧ୍ୟ ହାତେଇଥିଲେ । ଏହାଛଡା ୨୦୧୬ରେ ବାଜିରାଓ ମସ୍ତାନୀ’ ପାଇଁ ନିହାରଙ୍କୁ ସର୍ବଶ୍ରେଷ୍ଠ ସାଉଣ୍ଡ ଡିଜାଇନର ସମ୍ମାନ ଦିଆଯାଇଥିଲା ।
ଓଡିଆ ସିନେମା ‘କୃଷ୍ଣାକାବେରୀ’ ପାଇଁ ମଧ୍ୟ ସାଉଣ୍ଡ ଡିଜାଇନ କରିଥିଲେ ନିହାର ।
Comments are closed.