Latest Odisha News

BREAKING NEWS

ଲାଂଚ ମାଗି ବହିସ୍କୃତ ହେଲେ ସ୍କୁଲ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ

ରାଉରକେଲା: ପାଚିକା ଚାକିରି ପାଇଁ ଲାଂଚ ମାଗିବା ପଡିଲା ମହଙ୍ଗା । ଚାକିରିରୁ ବିଦା ହେଲେ ସ୍କୁଲ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ । ବହିସ୍କୃତ ହୋଇଥିବା ଦୁଇ କର୍ମଚାରୀ ହେଲେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ବଡାଇକ ଓ ପିଇଟି ଶିକ୍ଷକ ଅମର ଅନନ୍ତ ପଟ୍ଟନାୟକ ।
କିଛିଦିନ ପୂର୍ବେ ସୁନ୍ଦରଗଡ ଜିଲ୍ଲା ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପାଚିକା ଚାକିରୀ ପାଇଁ ଜଣେ ମହିଳାଙ୍କଠାରୁ ୬୦ ହଜାର ଟଙ୍କା ଲାଂଚ ମାଗିଥିଲେ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ । ମହିଳା ଜଣକ ବହୁ କାକୁତି ମିନତି ହୋଇଥିଲେ । ହେଲେ ସେମାନେ ନଶୁଣିବାରୁ ସ୍କୁଲ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ ଲାଂଚ ମାଗିବାନେଇ ମହିଳା ଜଣକ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତଦନ୍ତ କରି ଏ ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.