ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ । ଚଳିତବର୍ଷ ଦେଶର ୨୧ଟି ଜିଲାରୁ ୩୨ ଶିଶୁ ମନୋନୀତ ହୋଇଛନ୍ତି । ଶିକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି, ସମାଜସେବା ଓ ସାହସିକତା କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ତାଲିକାରେ ଅଛନ୍ତି ଓଡ଼ିଶାର ଅନ୍ୱେଷ ଶୁଭମ ପ୍ରଧାନ ।
ଚନ୍ଦ୍ରଶେଖରପୁର ଡିଏଭିରେ ନବମ ଶ୍ରେଣୀର ଛାତ୍ର ଶୁଭମ୍ । ତାଙ୍କୁ ଶିକ୍ଷାକ୍ଷେତ୍ରରେ ମନୋନୀତ କରାଯାଇଛି ।ଅନ୍ୱେଷ ଜଣେ ଜଣେ ମେଧାବୀ ଛାତ୍ର । ତାଙ୍କ ବାପା ମାନସ ରଞ୍ଜନ ପ୍ରଧାନ ସମ୍ବଲପୁର ଏସବିଆଇରେ ଏଜିଏମ ଅଛନ୍ତି । ମାଆ ଝରଣା ପ୍ରଧାନ ଗୃହିଣୀ । ଆଗକୁ ଆଇଆଇଟିରେ ପାଠ ପଢ଼ିବା ସହିତ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛନ୍ତି ଅନ୍ୱେଷ ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲରେ ବାଲ ପୁରସ୍କାର ପାଇବାକୁ ଥିବା ପ୍ରତିଭାଙ୍କ ସହ ଆଲୋଚନା କରିବେ । ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ୱେଷ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲରେ କଥା ହେବେ ।

Comments are closed.