Latest Odisha News

BREAKING NEWS

ଆଜି ପବିତ୍ର ‘ଶାମ୍ବ ଦଶମୀ’, ସନ୍ତାନଙ୍କ ମଙ୍ଗଳ ଲାଗି ଘରେଘରେ ସୂର୍ଯ୍ୟପୂଜା

ଭୁବନେଶ୍ୱର : ଆଜି ପବିତ୍ର ‘ଶାମ୍ବ ଦଶମୀ’ । ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବଦଶମୀ ପାଳନ କରାଯାଇଥାଏ ।

 

ଏହି ଦିନ ସନ୍ତାନମାନଙ୍କ ମଙ୍ଗଳ କାମନା କରି ମା’ ମାନେ ଘରେ ଘରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ରୋଗରୁ ମୁକ୍ତି ପାଇଁ ମଧ୍ୟ ଆଜିର ଦିନରେ ସୂର୍ଯ୍ୟପୂଜା କରାଯାଇଥାଏ ।

ଓଡିଆ ପରମ୍ପରାରେ ପ୍ରଚଳିତ ବାର ମାସରେ ତେର ପର୍ବ ମଧ୍ୟରେ ଶାମ୍ବଦଶମୀ ଅନ୍ୟତମ ।

କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପଗ୍ରସ୍ତ ହୋଇ କୃଷ୍ଠ ରୋଗାକ୍ରାନ୍ତ ହୋଇଥିଲେ । ଗର୍ଗମୁନୀଙ୍କ ପରାମର୍ଶରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର ପୂଜା କରି ଆରୋଗ୍ୟ ଲାଭ କରିଥିଲେ । ଫଳରେ ସେବେଠାରୁ ଏହି ବ୍ରତ ପାଳନ କରାଯାଉଥିବା ନେଇ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ୱାସ ରହିଛି ।

ଏହି ପର୍ବରେ ମା’ ମାନେ ସନ୍ତାନଙ୍କ ନାମରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ସୂର୍ଯ୍ୟଦେବତାଙ୍କ ଉଦ୍ଦେଶ୍ୟରେ ଭୋଗ ଲଗାଇଥାନ୍ତି । ସଂଧ୍ୟାରେ ଘଡଘଡିଆ ତରକାରୀ ଓ ଯମରାଜାଙ୍କ ଉଦ୍ଦେଶ୍ୟରେ ବୁଢା ଚକୁଳି ପ୍ରସ୍ତୁତ କରାଯାଇ ଛଡାଯିବାର ବିଧି ରହିଛି ।

ଆଜି ଅର୍କକ୍ଷେତ୍ର କୋଣାର୍କରେ ସୂର‌୍ୟ୍ୟପୂଜା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ ଲାଗି ରହିବା ସହ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ ପକାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.