Latest Odisha News

ସ୍ଥଗିତ ରହିଲା ବାଘୁଣୀ ‘ସୁନ୍ଦରୀ’କୁ ସାତକୋଶିଆରେ ଛାଡିବା ନିଷ୍ପତ୍ତି

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ରାଜ୍ୟ ସରକାରଙ୍କ ବନବିଭାଗ ବାଘୁଣୀ ସୁନ୍ଦରୀକୁ ଛାଡ଼ିବାର ନିଷ୍ପତ୍ତି ଗ୍ରହଣ କରିଥିଲା ବେଳେ ତାକୁ ନେଇ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି ।

ମିଳିଥିବା ସୂଚନାନୁଯାୟୀ ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟରେ ଛଡା ଯିବାର ନିଷ୍ପତ୍ତି ପରେ, ଏଥିରେ ସହଯୋଗ ପାଇଁ ଗତକାଲି ଯଶୋଦା ହାତୀକୁ ଚନ୍ଦକା ଗୋଡ଼ିବାରୀ ଜଙ୍ଗଲରୁ ସାତକୋଶିଆ ନିଆଯାଉଥିଲା।

ଅନ୍ୟପକ୍ଷରେ ଯଶୋଦା ହାତୀକୁ ସାତକୋଶିଆ ନିଆଯାଉଥିଲା ବେଳେ କୌଣସି କାରଣବଶତଃ ଯଶୋଦାକୁ ଅଧା ବାଟରୁ ଫେରାଇ ନିଆଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ହାତୀକୁ ସାତକୋଶିଆ ଅଭୟାରଣ୍ୟ ନିଆଯାଉଥିଲା ବେଳେ ତାକୁ କାହିଁକି ପୁଣିଥରେ ଫେରାଇ ନିଆଗଲା ସେନେଇ ବନବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

ଅଧିକ ପଢନ୍ତୁ:- ‘ସୁନ୍ଦରୀ’ ବାଘୁଣୀ ପୁଣି ସାତକୋଶିଆ ଜଙ୍ଗଲରେ ବୁଲିବ
Leave A Reply

Your email address will not be published.