Latest Odisha News

BREAKING NEWS

ଉଜବେକିସ୍ତାନ ଆଙ୍ଗିୟୁଲରେ ଫସିଛନ୍ତି ଓଡିଆ; ଦରମା ଦଉନି କମ୍ପାନୀ, ଦୂତାବାସ ବି ଶୁଣୁନି…

ଭୁବନେଶ୍ବର: ଉଜବେକିସ୍ତାନ ଆଙ୍ଗିୟୁଲରେ ଫସିଛନ୍ତି ଭାରତୀୟ । ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନର ଅନେକ ଯୁବକ ରହିଥିବା ଜଣାପଡିଛି । ଏଣ୍ଟର ଇଂଜିନିୟର କମ୍ପାନୀରେ ୧୫୦୦ରୁ ଅଧିକ ଭାରତୀୟ ଚାକିରୀ କରୁଥିବା ବେଳେ ଦୀର୍ଘ ୪ ମାସ ଧରି ସେମାନଙ୍କୁ ଦରମା ମିଳୁନଥିବା ଅଭିଯୋଗ କରି ଗତ ୫ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ଏହି ଭାରତୀୟ ମାନେ ।

ଖାଲି ସେତିକି ନୁହଁ ଦରମା ସହ ଖାଇବା ମଧ୍ୟ କମ୍ପାନୀ ଦେଉନଥିବା ଅଭିଯୋଗ ହୋଇଛି । ତେବେ ଦୂତାବାସ ମଧ୍ୟ ସେମାନଙ୍କ ଅଭିଯୋଗ ଶୁଣୁ ନଥିବା ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଉକ୍ତ ଭାରତୀୟ ମାନେ । ସେମାନେ ଏହି ଭିଡିଓ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

ତେବେ ଭାରତର ୧୫୦୦ ଜଣ ରହିଥିବାବେଳେ, ସେଥି ମଧ୍ୟରେ ଓଡିଶାର ୬୦୦ ଜଣ ରହିଛନ୍ତି ଖାଲି ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଦିଗପହଣ୍ଡି ସମେତ ବିଭିନ୍ନ ବ୍ଲକର ୧୨୦ ଜଣ ଶ୍ରମିକ ଅଛନ୍ତି ।

Leave A Reply

Your email address will not be published.