Latest Odisha News

BREAKING NEWS

କାଲି ରାଜ୍ୟରେ ଅଢ଼େଇ ଲକ୍ଷ ଟପିବ କରୋନା କେସ୍, ୨୪ ଘଣ୍ଟାରେ ୨୮୫୪ ପଜିଟିଭ୍

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଅଢ଼େଇ ଲକ୍ଷ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨ ହଜାର ୮୫୪ ନୂଆ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୬ ଶହ ୫୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧ ଶହ ୯୫ ।

ବହୁ ଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଚାରି ଶହ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ୩୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୨୪୪ ପଜିଟିଭ୍ କେସ୍ ବାହାରିଥିବା ବେଳେ ସୁନ୍ଦରଗଡ଼ରୁ ସଂକ୍ରମିତ ହୋଇଛନ୍ତି ଆଉ ୧୪୩ ଜଣ ।

ଅନୁଗୋଳ ଜିଲ୍ଲାରୁ ୧୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୨୭, ପୁରୀ ୧୧୪ ଓ ବାଲେଶ୍ୱର ଜିଲ୍ଲା କରୋନା ଆକ୍ରାନ୍ତଙ୍କ ତାଲିକାରେ ଯୋଡ଼ିଛି ଆଉ ୧୧୬ ନାଁ । ସମ୍ୱଲପୁର ଓ କଳାହାଣ୍ଡି ଜିଲ୍ଲାରୁ ୧୦୫ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୯ ହଜାର ୬୯୩ । ଆରୋଗ୍ୟ ଲାଭ କଲେଣି ୨ ଲକ୍ଷ ୨୦ ହଜାର ୩୮୮ । ଆକ୍ଟିଭ୍ କେସ୍ ରହିଛି ୨୮ ହଜାର ୨୪୬ । ଏବେ ଦୈନିକ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ଫଳରେ ଆକ୍ଟିଭ୍ କେସ୍ ଖସୁଛି ।

Leave A Reply

Your email address will not be published.