Latest Odisha News

BREAKING NEWS

ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ; ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ

ଜାତିସଂଘ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ଅନୁମୋଦନ କ୍ରମେ ୱାର୍ଲଡ ଫେଡେରେସନ୍‌ ଅଫ୍ ମେଣ୍ଟାଲ୍‌ ହେଲ୍‌ଥ ଆନୁକୂଲ୍ୟରେ ୧୯୯୨ରୁ ପ୍ରତି ବର୍ଷ ଅକ୍ଟୋବର ୧୦ ତାରିଖରେ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି।

ସଂପ୍ରତି ସାରା ବିଶ୍ୱରେ ୨୦ ପ୍ରତିଶତ ଲୋକ ବିଭିନ୍ନ ମାନସିକ ବିକାରର ଶିକାର। ଯଥେଷ୍ଟ କମ୍‌ ବୟସ୍କ ଲୋକଙ୍କଠାରେ ଏହି ସମସ୍ୟା ବେଶି ପରିଲକ୍ଷିତ ହେଉଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।

ମାନସିକ ଅବସାଦ ଯୋଗୁ ବାର୍ଷିକ ଆଠ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଏହାସହିତ ମାନସିକ ରୋଗ ଅନ୍ୟ ରୋଗର କାରଣ ମଧ୍ୟ ବନୁଛି। ତେବେ ଏହାର ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଚିକିତ୍ସକ ନାହାନ୍ତି।

ଦରିଦ୍ର ଦେଶଗୁଡ଼ିକରେ ପ୍ରତି ଲକ୍ଷେ ମଣିଷଙ୍କ ପାଇଁ ମାତ୍ର ୦.୦୫ ଜଣ ମାନସିକ ରୋଗ ବିଶେଷଜ୍ଞ ଅଛନ୍ତି। ସେଥିପାଇଁ ମାନସିକ ରୋଗର  ବାବଦରେ ସଚେତନତା ସୃଷ୍ଟି କରିବା ଲାଗି ଏ ଦିବସ ପାଳନ କରାଯାଉଛି। ବିଶ୍ୱର ମୋଟ ୧୫୦ଟି ଦେଶରେ ଏହି ଦିବସ ପାଳନ କରାଯାଉଛି।

Leave A Reply

Your email address will not be published.