Latest Odisha News

BREAKING NEWS

ଆଜି ବିଶ୍ୱ ବାସହୀନ ଦିବସ

ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ବିଶ୍ୱ ବାସହୀନ ଦିବସ ବା ୱାର୍ଲଡ ହୋମ୍‌ଲେସ୍‌ ଡେ ପାଳନ କରାଯାଉଛି। ୨୦୦୫ରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ସାରା ବିଶ୍ୱରେ ପ୍ରାୟ ଦଶ କୋଟି ଲୋକ ବାସହରା ଅଛନ୍ତି।

ବର୍ତ୍ତମାନ ଆମ ଦେଶରେ ବାସହୀନଙ୍କ ସଂଖ୍ୟା ୧.୭୭ କୋଟି। ତେବେ ୧୩୮୩ରେ ଇଂଲଣ୍ଡରେ ବାସଶୂନ୍ୟ ଲୋକଙ୍କ ସଂଖ୍ୟା ବେଶ୍‌ ଅଧିକ ଥିବା ସହ ସେମାନେ ଅନେକ ଛୋଟ ବଡ଼ ଅପରାଧ ଘଟଉଥିବାରୁ ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ‘ଇଂଲିସ୍ ପୋର୍‌ ଲଜ୍‌’ ପ୍ରଚଳନ କରାଯାଇଥିଲା।

ଜ୍ୟାକ୍‌ ଲଣ୍ଡନ୍‌ ବାସହୀନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ‘ଦ ପିଉପିଲ୍‌ ଇନ୍‌ ଦ ଆବିସ୍‌’ ନାମକ ଏକ ପୁସ୍ତକ ରଚନା କରିଥିଲେ। ୧୯୩୬ରେ ଚାର୍ଲି ଚାପ୍‌ଲିନ୍‌ଙ୍କ ଦ୍ୱାରା ଲିଖିତ ନିର୍ଦ୍ଦେଶିତ ଓ ଅଭିନୀତ ଚଳଚ୍ଚିତ୍ର ‘ମର୍ଡନ୍‌ ଟାଇମ୍‌ସ’ ବାସହୀନଙ୍କ ଉପରେ ଆଧାରିତ।

Leave A Reply

Your email address will not be published.