Latest Odisha News

BREAKING NEWS

+୨ ନାମଲେଖା ସମୟସୀମା ଆଉ ୨ଦିନ ବଢିଲା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜ ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ ୨ ନାମଲେଖା ଚାଲୁ ରହିଥିବା ବେଳେ ଏହାର ନାମଲେଖା ଅବଧୀକୁ ବୃଦ୍ଧି କରିଛିି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏହି ନାମ ଲେଖାକୁ ସମୟକୁ ଅତିରିକ୍ତ ୨ଦିନକୁ ବୃଦ୍ଧି କରାଯାଇଥିବା ନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।

ଆଡମିସନ ପାଇଁ ଉଦ୍ଧିଷ୍ଟ ସର୍ଭରରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଥିଲା । ତେଣୁ ଏହି ଅବଧୀକୁ ଆହୁରି ୨ଦିନ ବୃଦ୍ଧି କରାଯାଇଛି । ଆଗାମୀ ୮ତାରିଖ ରବିବାର ଥିବାରୁ ଛାତ୍ରଛାତ୍ରୀମାନେ ୮ ଏବଂ ୯ ତାରିଖରେ ନିଜର ଆଡମିସନ କରିପାରିବେ ବୋଲି ବିଭାଗ ତରଫରୁ କୁହାଯାଇଛି ।

ସୂଚନା ମୁତାବକ ପୂର୍ବରୁ ପ୍ରଥମ ପର‌୍ୟ୍ୟାୟ ନାମଲେଖା ପାଇଁ ଜୁଲାଇ ୩ରୁ ଜୁଲାଇ ୬ ଯାଏଁ ତାରିଖ ଧାର‌୍ୟ୍ୟ ହୋଇଥିଲା । ଯାହାର ଆଜି ଥିଲା ଶେଷଦିନ ।

Leave A Reply

Your email address will not be published.