ଭୁବନେଶ୍ୱର: ଟ୍ରାଫିକ୍ ଜାମ କାରଣୁର ଆମ୍ବୁଲାନ୍ସ ଭିତରେ ୫ ବର୍ଷର ଶିଶୁ ମୃତ୍ୟୁ ଘଟଣାକୁ ଗୁରୁତ୍ୱର ସହ ନେଇଛି ମହିଳା ଓ ଶିଶୁ ଆୟୋଗ । ଏନେଇ ଟ୍ରାଫିକ ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି ମହିଳା ଓ ଶିଶୁ ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ । କେଉଁ ପରିସ୍ଥିତିରେ ଶିଶୁର ମୃତ୍ୟୁ ହେଲା, କ୍ୟାପିଟାଲ ହସ୍ପିଟାଲରୁ ନାଲ୍କୋ ଛକ ମଧ୍ୟରେ କେଉଁଠି ଆମ୍ବୁଲାନ୍ସ ଅଟକିଥିଲା ଓ କାହିଁକି ଅଟକିଥିଲା, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ କୁହାଯାଇଛି । ଆମ୍ବୁଲାନ୍ସଗୁଡିକ ଯେଉଁପରି କେଉଁଠି ନ ଅଟକି ବିନା ବାଧାରେ ସିଧାସଳଖ ମେଡିକାଲରେ ପହଂଚିପାରି, ସେ ନେଇ ଟ୍ରାଫିକ୍ ପୋଲିସ ପକ୍ଷରୁ କ’ଣ ବ୍ୟବସ୍ଥା ହୋଇଛି ତାହା ମଧ୍ୟ ଜଣାଇବାକୁ କୁହାଯାଇଛି । ଏଥିସହ କ୍ୟାପିଟାଲ ହସ୍ପିଟାଲକୁ ମଧ୍ୟ ରିପୋର୍ଟ ତଲବ କରିଛନ୍ତି ଆୟୋଗ । ଜଣେ ଅତି ଗୁରୁତର ରୋଗୀକୁ ସ୍ଥାନାନ୍ତର ବେଳେ କି କି ପଦକ୍ଷେପ ନେଇଥିଲେ, ସେ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ଜଣାନ୍ତୁ ବୋଲି ଆୟୋଗ କହିଛନ୍ତି ।
ଅନ୍ୟପଟେ ମୃତ ଶିଶୁର ପରିବାର ଲୋକଙ୍କ ଅଭିଯୋଗ ପରେ କଠୋର ହୋଇଛି କମିସନରେଟ୍ ଟ୍ରାଫିକ ପୋଲିସ । ଜେଣ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏଣିକି ସଂଶୋଧିତ ମୋଟର ଯାନ ଆଇନ୍ରେ ଥିବା ଆମ୍ବୁଲାନ୍ସ ସଂକ୍ରାନ୍ତ ଆଇନ୍କୁ କଡାକଡି ପାଳନ କରାଯିବ । ଏଥିଅନୁଯାୟୀ କେହି ଆମ୍ବୁଲାନ୍ସ କିମ୍ବା କୌଣସି ଜରୁରୀକାଳୀନ ସେବା ଗାଡିକୁ ରାସ୍ତା ନଛାଡିଲେ ୧୦ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ । ଯେଉଁ ବାଇକ୍ କିମ୍ବା କାର୍ ଚାଳକ ଆମ୍ବୁଲାନ୍ସକୁ ରାସ୍ତା ଛାଡୁ ନଥିବେ, ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯିବ । ଯେଉଁ ଛକରେ ସିସି କ୍ୟାମେରା ଲାଗିଥିବ ସେଠାରେ ଆମ୍ବୁଲାନ୍ସ ଭଳି ଜରୁରୀ କାଳୀନ ସେବା ଗାଡିକୁ କେହି ରାସ୍ତା ନ ଛାଡିବା ଦୃଶ୍ୟ ରେକର୍ଡିଂ ଭିଡିଓ ହସ୍ତଗତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରାଫିକ୍ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହଛନ୍ତି ।
BREAKING NEWS
- ଏକ ଚାରି ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ : ୯ ମୃତ
- Biju Naveen Inspirational Foundation: ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ;କହିଲେ- ଓଡ଼ିଶାବାସୀଙ୍କ ହିତ ପାଇଁ…
- ହାଇଦ୍ରାବାଦର ନେତୃତ୍ୱ ନେବେ ଈଶାନ କିଶାନ
- RI office: ବେଆଇନ କାର୍ଯ୍ୟ କରିବାକୁ ମନା କଲେ RI…ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ; ଥାନାରେ ଅଭିଯୋଗ
- ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ୩୦୦ ଫ୍ଲାଟର ବ୍ୟବସ୍ଥା;ଜୁନ୍ ୩୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ
- Sara Ali Khan Badrinath Kedarnath Visit : ଆଉ କେଦାରନାଥ ଦର୍ଶନ କରିପାରିବେ ନାହିଁ ସାରା ଅଲି ଖାନ?
- Bhojpuri film:୨୦ ବର୍ଷ ତଳର ସେହି ବ୍ଲକବଷ୍ଟର ଫିଲ୍ମ
- SJFI ସ୍ୱର୍ଣ୍ଣ ଜୟନ୍ତୀ: ଉତ୍ତରାଞ୍ଚଳ ଜିତିଲା ଜେକେ ବୋଷ ଟ୍ରଫି, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ସମ୍ମାନିତ
- Modi’s Farewell Speech in Rajyasabha: ରାଜ୍ୟସଭା ସାଂସଦଙ୍କ ଉଦ୍ଦେଶ୍ୟରେ ବିଦାୟୀ ଭାଷଣ, ପ୍ରଧାନମନ୍ତ୍ରୀ କହିଲେ, “ରାଜନୀତିରେ କୌଣସି ପୂର୍ଣ୍ଣଚ୍ଛେଦ ନାହିଁ”
- Harbhajan Singh On Mumbai Indians Win: ଭଜିଙ୍କ ଭବିଷ୍ୟବାଣୀ, ଏଥର ମୁମ୍ବାଇ ଇଣ୍ଡିଆନ୍ସ
Comments are closed.