ଭୁବନେଶ୍ୱର: ଟ୍ରାଫିକ୍ ଜାମ କାରଣୁର ଆମ୍ବୁଲାନ୍ସ ଭିତରେ ୫ ବର୍ଷର ଶିଶୁ ମୃତ୍ୟୁ ଘଟଣାକୁ ଗୁରୁତ୍ୱର ସହ ନେଇଛି ମହିଳା ଓ ଶିଶୁ ଆୟୋଗ । ଏନେଇ ଟ୍ରାଫିକ ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି ମହିଳା ଓ ଶିଶୁ ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ । କେଉଁ ପରିସ୍ଥିତିରେ ଶିଶୁର ମୃତ୍ୟୁ ହେଲା, କ୍ୟାପିଟାଲ ହସ୍ପିଟାଲରୁ ନାଲ୍କୋ ଛକ ମଧ୍ୟରେ କେଉଁଠି ଆମ୍ବୁଲାନ୍ସ ଅଟକିଥିଲା ଓ କାହିଁକି ଅଟକିଥିଲା, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ କୁହାଯାଇଛି । ଆମ୍ବୁଲାନ୍ସଗୁଡିକ ଯେଉଁପରି କେଉଁଠି ନ ଅଟକି ବିନା ବାଧାରେ ସିଧାସଳଖ ମେଡିକାଲରେ ପହଂଚିପାରି, ସେ ନେଇ ଟ୍ରାଫିକ୍ ପୋଲିସ ପକ୍ଷରୁ କ’ଣ ବ୍ୟବସ୍ଥା ହୋଇଛି ତାହା ମଧ୍ୟ ଜଣାଇବାକୁ କୁହାଯାଇଛି । ଏଥିସହ କ୍ୟାପିଟାଲ ହସ୍ପିଟାଲକୁ ମଧ୍ୟ ରିପୋର୍ଟ ତଲବ କରିଛନ୍ତି ଆୟୋଗ । ଜଣେ ଅତି ଗୁରୁତର ରୋଗୀକୁ ସ୍ଥାନାନ୍ତର ବେଳେ କି କି ପଦକ୍ଷେପ ନେଇଥିଲେ, ସେ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ଜଣାନ୍ତୁ ବୋଲି ଆୟୋଗ କହିଛନ୍ତି ।
ଅନ୍ୟପଟେ ମୃତ ଶିଶୁର ପରିବାର ଲୋକଙ୍କ ଅଭିଯୋଗ ପରେ କଠୋର ହୋଇଛି କମିସନରେଟ୍ ଟ୍ରାଫିକ ପୋଲିସ । ଜେଣ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏଣିକି ସଂଶୋଧିତ ମୋଟର ଯାନ ଆଇନ୍ରେ ଥିବା ଆମ୍ବୁଲାନ୍ସ ସଂକ୍ରାନ୍ତ ଆଇନ୍କୁ କଡାକଡି ପାଳନ କରାଯିବ । ଏଥିଅନୁଯାୟୀ କେହି ଆମ୍ବୁଲାନ୍ସ କିମ୍ବା କୌଣସି ଜରୁରୀକାଳୀନ ସେବା ଗାଡିକୁ ରାସ୍ତା ନଛାଡିଲେ ୧୦ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ । ଯେଉଁ ବାଇକ୍ କିମ୍ବା କାର୍ ଚାଳକ ଆମ୍ବୁଲାନ୍ସକୁ ରାସ୍ତା ଛାଡୁ ନଥିବେ, ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯିବ । ଯେଉଁ ଛକରେ ସିସି କ୍ୟାମେରା ଲାଗିଥିବ ସେଠାରେ ଆମ୍ବୁଲାନ୍ସ ଭଳି ଜରୁରୀ କାଳୀନ ସେବା ଗାଡିକୁ କେହି ରାସ୍ତା ନ ଛାଡିବା ଦୃଶ୍ୟ ରେକର୍ଡିଂ ଭିଡିଓ ହସ୍ତଗତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରାଫିକ୍ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହଛନ୍ତି ।
BREAKING NEWS
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
Comments are closed.