Latest Odisha News

BREAKING NEWS

ଭୁବନେଶ୍ୱରରେ ୫ଟି ସ୍କୁଲ ବୁଲି ଦେଖିଲେ 5T ସଚିବ

ଭୁବନେଶ୍ୱର: ସ୍କୁଲ ବୁଲିଲେ ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍ । ଆଜି ସକାଳୁ ସକାଳୁ ଭୁବନେଶ୍ୱରର ୫ଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି 5T ସଚିବ । ୟୁନିଟ୍-୬, କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୯ ବାଳିକା ହାଇସ୍କୁଲ୍ ଓ ଆଇଆରସି ଭିଲେଜ ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହ ସ୍କୁଲର ସମସ୍ୟା ଓ ସର୍ବାଙ୍ଗୀନ ଉନ୍ନତି ପାିଁ କଣ ଆବଶ୍ୟକ ସେସମ୍ପର୍କରେ ଆଲୋଚନା କରିଛନ୍ତି 5T ସଚିବ ।

ହାଇସ୍କୁଲରେ ଥିବା ସାଇନ୍ସ ଲାବ, ସ୍ମାର୍ଟ କ୍ଲାସରୁମ୍, ରାଇବ୍ରେରୀ ରିଡିଂ ରୁମ୍, ଖେଳ ସୁବିଧା ସହ ଦଶମରେ A1 ଗ୍ରେଡ୍ ପରୀକ୍ଷା ଫଳ ନେଇ 5T ସଚିବ ପାଣ୍ଡିଆନ୍ ଆଲୋଚନା କରିଛନ୍ତି । ଭିତ୍ତିଭୂମିର ବିକାଶ ବାବଦରେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି । ଏଥିସହ ମୋ ସ୍କୁଲ କାର୍ଯ୍ୟକ୍ରମ କିଭଳି ଚାଲିଛି ଓ ଏହାର ପ୍ରଭାବ ସମ୍ପର୍କରେ ବି ଆଲୋଚନା କରିଛନ୍ତି 5T ସଚିବ ଭି. କେ. ପାଣ୍ଡିଆନ୍ ।
ଛାତ୍ରଛାତ୍ରୀଙ୍କୁ ପାଇଁ ବିଦ୍ୟାଳୟରେ ଶୈଖିକ ବାତାବରଣ ସୃଷ୍ଟି, ପ୍ରେରଣାଦାୟୀ, ବୈଜ୍ଞାନିକ ଶୈଳୀରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି 5T ସଚିବ । ବିଭିନ୍ନ ସ୍କୁଲ ପରିଦର୍ଶ ବେଳେ 5T ସଚିବ ଭି. କେ. ପାଣ୍ଡିଆନଙ୍କ ସହ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.