ଭୁବନେଶ୍ୱର: କରୋନା ଟିକାକରଣ ପାଇଁ ଆଜି ରାଜ୍ୟରେ ଡ୍ରାଏ ରନ୍ କରାଯିବ । ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ମକ୍ ଡ୍ରିଲ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ କ୍ୟାପିଟାଲ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ କୋ-ୱିନ୍ ୱେବ୍ ପୋର୍ଟାଲରେ ୟୁଜର୍ ଆଇଡି ପ୍ରସ୍ତୁତ କରାଯାଇଛି।
ଡ୍ରାଏ ରନ୍ ପାଇଁ କ୍ୟାପିଟାଲ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାଗା ଚିହ୍ନଟ ହୋଇଛି । ୨୫ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ସାମିଲ କରାଯିବ । ଜଣେ ଭ୍ୟାକ୍ସିନେଟର୍ଙ୍କୁ ମିଶାଇ ୫ ଜଣିଆ ଟିମ୍ ଉପସ୍ଥିତ ରହିବେ ।
ଟିକାକରଣ କେନ୍ଦ୍ରରେ ଗୋଟିଏ ପ୍ରତୀକ୍ଷାଳୟ, ଟିକାକରଣ ଗୃହ ଓ ଗୋଟିଏ ନିରୀକ୍ଷଣ ଗୃହ ରହିବ । ଟିକା ନେଉଥିବା ବ୍ୟକ୍ତିଙ୍କୁ ଅଧଘଣ୍ଟା ପାଇଁ ନିରୀକ୍ଷଣରେ ରଖାଯିବ । ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ପ୍ରୋଟୋକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲା କାର୍ୟ୍ୟକ୍ରମ ଅଧିକାରୀଙ୍କୁ ଏସମ୍ପର୍କିତ ଏସ୍ଓପି ଜାରି କରାଯାଇଛି ।
Comments are closed.