Latest Odisha News

BREAKING NEWS

ଆସନ୍ତା ୧୨ରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍‌ ଜେଟ୍ ବିମାନ

ଭୁବନେଶ୍ୱର: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ବିମାନ ସେବା । ଆସନ୍ତା ୧୨ ତାରିଖଠାରୁ ମୁମ୍ବାଇ-ଝାରସୁଗୁଡ଼ା-ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍ ଜେଟ୍ ବିମାନ । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ୱିଟ୍‌ କରି ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହେବ । ତାସହ ଅଞ୍ଚଳବାସୀଙ୍କ ସ୍ୱପ୍ନ ପୂରଣ ହେବ ।

ଏହି ସେକ୍ଟର୍‌ରେ ବୋଇଂ ୭୩୭ ଚଳାଚଳ କରିବ ବୋଲି ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଜଣାଯାଇଛି । ଏହି ସେବା ସପ୍ତାହରେ ୪ ଦିନ ଉପଲବ୍ଧ ହେବ । ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଦିନ ଏହି ରୁଟ୍‌ରେ ବିମାନ ଉଡ଼ାଣ କରିବ ।

ମୁମ୍ବାଇ-ଝାରସୁଗୁଡ଼ା-ବେଙ୍ଗାଲୁରୁକୁ ବିମାନ ସେବା ଯୋଗାଇ ଦେବାକୁ ତାରିଖ ଘୋଷଣା ପରେ ଟ୍ୱିଟ୍ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ । ସେ ଟ୍ୱିଟ୍‌ କରି ସ୍ପାଇସ୍‌ଜେଟ୍‌ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.