ଭୁବନେଶ୍ବର: ଏକାଠି ନା ଏକା ଏକା ଲଢିବେ ବିଜେଡି-ବିଜେପି ! ଶଙ୍ଖ-ପଦ୍ମ ପୁନର୍ବିବାହ ଚର୍ଚ୍ଚାରେ ପଡିଲା କି ପୂର୍ଣ୍ଣଚ୍ଛେଦ! ଫେଲ୍ ମାରିଲା କି ଆଲୋଚନା ! ଅନ୍ଦର ମହଲରେ ଚର୍ଚ୍ଚା, ଆଗାମୀ ନିର୍ବାଚନରେ ଏକାଠି ଲଢିବେନି ବିଜେଡି ଓ ବିଜେପି! ହେଲେ ଇଣ୍ଡିଆ ଟୁଡେ କନକ୍ଲେଭରେ ଅମିତ ଶାହାଙ୍କ ବୟାନ ବଢାଇଛି ସସପେନ୍ସ । ବିଜେଡି ସହ ମେଂଟ ପ୍ରଶ୍ନର ସିଧା ସଳଖ ଉତର ଦେଲେନି ଶାହା । କିଛି କହିଲେ, ବହୁତ କିଛି ଆଡକୁ ଇସାରା କଲେ । କହିଲେ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେବେ ମେଂଟ ନିଷ୍ପତି । ତା ଅର୍ଥ ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିନି ! ଫାଇନାଲ୍ ନିଷ୍ପତି ନିଆହୋଇନି ! ନା ସବୁ ଜାଣି କନଫ୍ୟୁଜ କଲେ ଶାହା ! ବିଜେପି ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭାରେ ଭଲ ପ୍ରଦର୍ଶନ କରିବ । ଏକଥା କହିଲେ ଶାହା, ହେଲେ ଏକା ନା ବିଜେଡି ସହ ଏକାଠି ଲଢିବ, କହିଲେନି । କାଲି ମନମୋହନ ସାମଲ କହିଥିଲେ, ବିଜେପି ଏକା ଲଢି ରାଜ୍ୟରେ ସରକାର କରିବ । ଭଲ ପ୍ରଦର୍ଶନ କହି ସରକାର କରିବା କନଫିଡେନ୍ସ ବି ଦେଖାଇଲେନି ଶାହା ।
ଚର୍ଚ୍ଚା ହେଉଛି, ଦୁଇ ଦଳକୁ ଏକାଠି କରିବାକୁ ଟପ୍ ନେତାଙ୍କ ଶେଷ ଉଦ୍ୟମ ବିଫଳ ହୋଇଛି । ତେଣୁ ଏକା ଏକା ନିର୍ବାଚନ ଲଢିବାକୁ ମାନସିକ ଭାବେ ପ୍ରସ୍ତୁତ ରହିବାକୁ ଦୁଇ ଦଳକୁ କୁହାଯାଇଛି । କୁହାଯାଉଛି, ବିଜେଡି-ବିଜେପି ମଧ୍ୟରେ ସିଟ୍ ସେୟାରିଂ ଫର୍ମୂଲା ବାହାରି ପାରିଲାନି । ଉଭୟ ଦଳ ନିଜ ନିଜ ବିଜୟ ସମ୍ଭାବନା ନେଇ କନଫିଡେଂଟ । ମେଂଟ ପାଇଁ କମ୍ପ୍ରୋମାଇଜ୍ କରିବାକୁ ନାରାଜ । ଫଳରେ ମେଂଟ ଭାଗଫଳ ବାହାରି ପାରିନଥିବା ଚର୍ଚ୍ଚା ହେଉଛି । ରାଜ୍ୟରେ ନମ୍ବର ୱାନ୍ ଓ ନମ୍ବର ଟୁ ଦଳ ଥିବା ବିଜେଡି ବିଜେପି ମଧ୍ୟରେ ସିଟ୍ ବାର୍ଗେନିଂ ସହଜ ନୁହେଁ । ଉଭୟ ଦଳ ଲୋକସଭା ଓ ବିଧାନସଭାରେ ନିଜ ଉପସ୍ଥିତି ଜାହିର କରିବାକୁ ବର୍ଷ ବର୍ଷ ଧରି ଦମ୍ ଲଗାଇଛନ୍ତି । ଠିକ୍ ପରୀକ୍ଷା ବେଳକୁ ମେଂଟ ବିଜୟ ରାସ୍ତାରେ ବାଧା ହୋଇପାରେ । ତେଣୁ ମେଂଟ ଚର୍ଚ୍ଚାରେ ଫୁଲଷ୍ଟପ୍ ଲାଗିଥିବା ଚର୍ଚ୍ଚା ହେଉଛି । ମେଂଟ ଆଲୋଚନା ବିଫଳ ଚର୍ଚ୍ଚା ଭିତରେ ବିଜେପି ରାଜ୍ୟ ନିର୍ବାଚନ କମିଟି ସହ କାଲି ବୈଠକ କରିବ । ରାଜ୍ୟର ସବୁ ସିଟରେ ସିପାହୀ ଓହ୍ଲାଇବା ନେଇ ମାନସମନ୍ଥନ କରିବ ଦଳ । ସେପଟେ ବିଜେଡି ବି ସବୁ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଫାଇନାଲ୍ କରିବାକୁ ଉଦ୍ୟମ ଆରମ୍ଭ କରିଛି ।
ବିଜେଡି ଗତ ଥର ଜିତିଥିବା ୧୧୨ ବିଧାନସଭା ଆସନ ନେବାକୁ ଅଡି ବସିଥିବା ବେଳେ ବିଜେପିକୁ ମାତ୍ର ୩୫ ସିଟ୍ ଦେବାକୁ ପ୍ରସ୍ତାବ ଦେଇଥିଲା । ଏନଡିଏ କ୍ଷମତାକୁ ଆସିଲେ ବି କେନ୍ଦ୍ରରେ ସରକାରର ଅଂଶ ନହେବାକୁ କହି ବିଜେଡି ରାଜ୍ୟରେ ସମାନ ଫର୍ମୂଲା ନେଇ ଗୁଗଲି ମାରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଚ୍ଚ ୯ରେ ରାଜନୀତିରେ ଗୁଜବ ଓ ମିଛକୁ ନେଇ ଭିଡିଓ ବି ସମ୍ଭାବ୍ୟ ମେଂଟ ଚର୍ଚ୍ଚା ବେଳେ ଭିନ୍ନ ସନ୍ଦେଶ ଦେଇଥିଲା । କୁହାଯାଉଛି, ଭିଡିଓ ଦ୍ୱାରା ଆଗୁଆ ଏସକେପ୍ ରୁଟ୍ ପ୍ରସ୍ତୁତ କରିଥିଲା ବିଜେଡି । ଗୁରୁବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିଜେପି ଏକାକୀ ଲଢିବ ଓ ସରକାର ଗଢିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ । ତେବେ ପରେ ମେଂଟ ନିଷ୍ପତି ହାଇକମାଣ୍ଡ ନେବେ କହି ଆଲୋଚନା ପାଇଁ ଖାଲି ସ୍ଥାନ ଛାଡିଥିଲେ ।
ମେଂଟ ଚର୍ଚ୍ଚାରେ ବିଳମ୍ବ ପଛରେ ରାଜ୍ୟ ବିଜେପି ନେତାଙ୍କୁ କାରଣ କୁହାଯାଉଛି । ତେବେ କେନ୍ଦ୍ର ବିଜେପି ନେତୃତ୍ୱ ବାରମ୍ବାର ରାଜ୍ୟ ନେତାଙ୍କୁ ମେଂଟ ସପକ୍ଷରେ ବୁଝାସୁଝା କରିଥିଲେ । ଗତ ମଙ୍ଗଳବାର ବିଜେଡି ଯଥାଶୀଘ୍ର ମେଂଟ ନିଷ୍ପତି ନେବାକୁ ଅନୁରୋଧ କରିଥିଲା । ଦିନ ଦିନ ଧରି ଆଲୋଚନା, ମାରାଥନ୍ ମିଟିଂ, ଚାପ ପରେ ବି ଦୁଇ ଦଳ ମେଂଟ ବୁଝାମଣାରେ ସହମତ ହୋଇନଥିବା ଚର୍ଚ୍ଚା ହେଉଛି । ୨୦୧୯ରେ ୧୧୨ ବିଧାନସଭା ଓ ୧୨ ଲୋକସଭା ଆସନ ଜିତିଥିଲା ବିଜେଡି । ଗତ ପଂଚାୟତ, ପୌର ନିର୍ବାଚନ ଓ ଉପନିର୍ବାଚନ ପରଫର୍ମାନ୍ସ ଦେଖାଇ ଶହେରୁ ଅଧିକ ବିଧାନସଭା ସିଟ୍ ମାଗିଥିଲା ବିଜେଡି । ତେବେ ଏହାକୁ ଗ୍ରହଣ କରିନଥିଲା ବିଜେପି । ତେବେ ଶାହାଙ୍କ ଇସାରା କେଉଁ ଆଡକୁ ? ଯଦି ଆଲୋଚନା ବିଫଳ କାହିଁକି ଖୋଲିକି କହୁନାହାନ୍ତି ଶାହା ? ନା ମେଂଟ ଚର୍ଚ୍ଚାରେ ଆହୁରି ପର୍ଯ୍ୟାୟ ବାକି ଅଛି ? ମେଂଟ ବିଫଳ ଚର୍ଚ୍ଚା ଭିତରେ ଶାହାଙ୍କ ଗୁଗଲି କେଉଁ ରାଜନୈତିକ ସମୀକରଣ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ?
BREAKING NEWS
- Puri Station: ଆସନ୍ତା ୧୧ରୁ ଏହି ଦିନ ଯାଏଁ ପୁରୀକୁ ଆସିବନି ଟ୍ରେନ୍
- ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ଏବଂ ପଟ୍ଟା ଓ ନକ୍ସାର ସଂଶୋଧନ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି
- ଦୁଇ ଦିବସୀୟ ଜାତୀୟ ଚିତ୍ରକଳା ସମ୍ମିଳନୀ ଉଦ୍ଯାପିତ
- IRIS Lavan docks in Kochi: ଇରାନର ଏହି ଯୁଦ୍ଧଜାହାଜକୁ ଭାରତ କାହିଁକି ଶରଣ ଦେଇଥିଲା? ଜୟଶଙ୍କର କହିଲେ ପ୍ରକୃତ କାରଣ…
- ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପ ଫାଇନାଲରେ ଲକ୍ଷ୍ୟ ସେନ
- ‘ଭବିଷ୍ୟତରେ AI ଯୁଦ୍ଧକୁ ଆକାର ଦେବ; ଆମକୁ ଏବେ ଡାଟା, ନେଟୱାର୍କ ଏବଂ ଇଣ୍ଟେଲିଜେନ୍ସର ଆବଶ୍ୟକ ଅଛି’
- ଟି୨୦ ବିଶ୍ୱକପ ଉଦଯାପନୀ ସମାରୋହରେ ତଡକା ଲଗାଇବା ଏହି ସବୁ ଷ୍ଟାର୍ସ
- AOCWA: ଆଲୋଚନା ସଫଳ;୧୪ ଦିନିଆ ଆନ୍ଦୋଳନରୁ ଓହରିଲା ଏଓସିଡବ୍ଲ୍ୟୁଏ
- Pocso Act: ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ ମଧ୍ୟ ଯୌନ ନିର୍ଯାତନା: ଓଡ଼ିଶା ହାଇକୋର୍ଟ
- ଦକ୍ଷିଣ ଆଫ୍ରିକାର ଏହି ମହାନ ଖେଳାଳି କହିଲେ ନ୍ୟୁଜିଲାଣ୍ଡ ହାରିଲେ ତାଙ୍କୁ ଦିଆଯିବ ଚୋକର୍ସ ଟ୍ୟାଗ
Comments are closed.