ଭୁବନେଶ୍ବର: ଏକାଠି ନା ଏକା ଏକା ଲଢିବେ ବିଜେଡି-ବିଜେପି ! ଶଙ୍ଖ-ପଦ୍ମ ପୁନର୍ବିବାହ ଚର୍ଚ୍ଚାରେ ପଡିଲା କି ପୂର୍ଣ୍ଣଚ୍ଛେଦ! ଫେଲ୍ ମାରିଲା କି ଆଲୋଚନା ! ଅନ୍ଦର ମହଲରେ ଚର୍ଚ୍ଚା, ଆଗାମୀ ନିର୍ବାଚନରେ ଏକାଠି ଲଢିବେନି ବିଜେଡି ଓ ବିଜେପି! ହେଲେ ଇଣ୍ଡିଆ ଟୁଡେ କନକ୍ଲେଭରେ ଅମିତ ଶାହାଙ୍କ ବୟାନ ବଢାଇଛି ସସପେନ୍ସ । ବିଜେଡି ସହ ମେଂଟ ପ୍ରଶ୍ନର ସିଧା ସଳଖ ଉତର ଦେଲେନି ଶାହା । କିଛି କହିଲେ, ବହୁତ କିଛି ଆଡକୁ ଇସାରା କଲେ । କହିଲେ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେବେ ମେଂଟ ନିଷ୍ପତି । ତା ଅର୍ଥ ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିନି ! ଫାଇନାଲ୍ ନିଷ୍ପତି ନିଆହୋଇନି ! ନା ସବୁ ଜାଣି କନଫ୍ୟୁଜ କଲେ ଶାହା ! ବିଜେପି ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭାରେ ଭଲ ପ୍ରଦର୍ଶନ କରିବ । ଏକଥା କହିଲେ ଶାହା, ହେଲେ ଏକା ନା ବିଜେଡି ସହ ଏକାଠି ଲଢିବ, କହିଲେନି । କାଲି ମନମୋହନ ସାମଲ କହିଥିଲେ, ବିଜେପି ଏକା ଲଢି ରାଜ୍ୟରେ ସରକାର କରିବ । ଭଲ ପ୍ରଦର୍ଶନ କହି ସରକାର କରିବା କନଫିଡେନ୍ସ ବି ଦେଖାଇଲେନି ଶାହା ।
ଚର୍ଚ୍ଚା ହେଉଛି, ଦୁଇ ଦଳକୁ ଏକାଠି କରିବାକୁ ଟପ୍ ନେତାଙ୍କ ଶେଷ ଉଦ୍ୟମ ବିଫଳ ହୋଇଛି । ତେଣୁ ଏକା ଏକା ନିର୍ବାଚନ ଲଢିବାକୁ ମାନସିକ ଭାବେ ପ୍ରସ୍ତୁତ ରହିବାକୁ ଦୁଇ ଦଳକୁ କୁହାଯାଇଛି । କୁହାଯାଉଛି, ବିଜେଡି-ବିଜେପି ମଧ୍ୟରେ ସିଟ୍ ସେୟାରିଂ ଫର୍ମୂଲା ବାହାରି ପାରିଲାନି । ଉଭୟ ଦଳ ନିଜ ନିଜ ବିଜୟ ସମ୍ଭାବନା ନେଇ କନଫିଡେଂଟ । ମେଂଟ ପାଇଁ କମ୍ପ୍ରୋମାଇଜ୍ କରିବାକୁ ନାରାଜ । ଫଳରେ ମେଂଟ ଭାଗଫଳ ବାହାରି ପାରିନଥିବା ଚର୍ଚ୍ଚା ହେଉଛି । ରାଜ୍ୟରେ ନମ୍ବର ୱାନ୍ ଓ ନମ୍ବର ଟୁ ଦଳ ଥିବା ବିଜେଡି ବିଜେପି ମଧ୍ୟରେ ସିଟ୍ ବାର୍ଗେନିଂ ସହଜ ନୁହେଁ । ଉଭୟ ଦଳ ଲୋକସଭା ଓ ବିଧାନସଭାରେ ନିଜ ଉପସ୍ଥିତି ଜାହିର କରିବାକୁ ବର୍ଷ ବର୍ଷ ଧରି ଦମ୍ ଲଗାଇଛନ୍ତି । ଠିକ୍ ପରୀକ୍ଷା ବେଳକୁ ମେଂଟ ବିଜୟ ରାସ୍ତାରେ ବାଧା ହୋଇପାରେ । ତେଣୁ ମେଂଟ ଚର୍ଚ୍ଚାରେ ଫୁଲଷ୍ଟପ୍ ଲାଗିଥିବା ଚର୍ଚ୍ଚା ହେଉଛି । ମେଂଟ ଆଲୋଚନା ବିଫଳ ଚର୍ଚ୍ଚା ଭିତରେ ବିଜେପି ରାଜ୍ୟ ନିର୍ବାଚନ କମିଟି ସହ କାଲି ବୈଠକ କରିବ । ରାଜ୍ୟର ସବୁ ସିଟରେ ସିପାହୀ ଓହ୍ଲାଇବା ନେଇ ମାନସମନ୍ଥନ କରିବ ଦଳ । ସେପଟେ ବିଜେଡି ବି ସବୁ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଫାଇନାଲ୍ କରିବାକୁ ଉଦ୍ୟମ ଆରମ୍ଭ କରିଛି ।
ବିଜେଡି ଗତ ଥର ଜିତିଥିବା ୧୧୨ ବିଧାନସଭା ଆସନ ନେବାକୁ ଅଡି ବସିଥିବା ବେଳେ ବିଜେପିକୁ ମାତ୍ର ୩୫ ସିଟ୍ ଦେବାକୁ ପ୍ରସ୍ତାବ ଦେଇଥିଲା । ଏନଡିଏ କ୍ଷମତାକୁ ଆସିଲେ ବି କେନ୍ଦ୍ରରେ ସରକାରର ଅଂଶ ନହେବାକୁ କହି ବିଜେଡି ରାଜ୍ୟରେ ସମାନ ଫର୍ମୂଲା ନେଇ ଗୁଗଲି ମାରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଚ୍ଚ ୯ରେ ରାଜନୀତିରେ ଗୁଜବ ଓ ମିଛକୁ ନେଇ ଭିଡିଓ ବି ସମ୍ଭାବ୍ୟ ମେଂଟ ଚର୍ଚ୍ଚା ବେଳେ ଭିନ୍ନ ସନ୍ଦେଶ ଦେଇଥିଲା । କୁହାଯାଉଛି, ଭିଡିଓ ଦ୍ୱାରା ଆଗୁଆ ଏସକେପ୍ ରୁଟ୍ ପ୍ରସ୍ତୁତ କରିଥିଲା ବିଜେଡି । ଗୁରୁବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିଜେପି ଏକାକୀ ଲଢିବ ଓ ସରକାର ଗଢିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ । ତେବେ ପରେ ମେଂଟ ନିଷ୍ପତି ହାଇକମାଣ୍ଡ ନେବେ କହି ଆଲୋଚନା ପାଇଁ ଖାଲି ସ୍ଥାନ ଛାଡିଥିଲେ ।
ମେଂଟ ଚର୍ଚ୍ଚାରେ ବିଳମ୍ବ ପଛରେ ରାଜ୍ୟ ବିଜେପି ନେତାଙ୍କୁ କାରଣ କୁହାଯାଉଛି । ତେବେ କେନ୍ଦ୍ର ବିଜେପି ନେତୃତ୍ୱ ବାରମ୍ବାର ରାଜ୍ୟ ନେତାଙ୍କୁ ମେଂଟ ସପକ୍ଷରେ ବୁଝାସୁଝା କରିଥିଲେ । ଗତ ମଙ୍ଗଳବାର ବିଜେଡି ଯଥାଶୀଘ୍ର ମେଂଟ ନିଷ୍ପତି ନେବାକୁ ଅନୁରୋଧ କରିଥିଲା । ଦିନ ଦିନ ଧରି ଆଲୋଚନା, ମାରାଥନ୍ ମିଟିଂ, ଚାପ ପରେ ବି ଦୁଇ ଦଳ ମେଂଟ ବୁଝାମଣାରେ ସହମତ ହୋଇନଥିବା ଚର୍ଚ୍ଚା ହେଉଛି । ୨୦୧୯ରେ ୧୧୨ ବିଧାନସଭା ଓ ୧୨ ଲୋକସଭା ଆସନ ଜିତିଥିଲା ବିଜେଡି । ଗତ ପଂଚାୟତ, ପୌର ନିର୍ବାଚନ ଓ ଉପନିର୍ବାଚନ ପରଫର୍ମାନ୍ସ ଦେଖାଇ ଶହେରୁ ଅଧିକ ବିଧାନସଭା ସିଟ୍ ମାଗିଥିଲା ବିଜେଡି । ତେବେ ଏହାକୁ ଗ୍ରହଣ କରିନଥିଲା ବିଜେପି । ତେବେ ଶାହାଙ୍କ ଇସାରା କେଉଁ ଆଡକୁ ? ଯଦି ଆଲୋଚନା ବିଫଳ କାହିଁକି ଖୋଲିକି କହୁନାହାନ୍ତି ଶାହା ? ନା ମେଂଟ ଚର୍ଚ୍ଚାରେ ଆହୁରି ପର୍ଯ୍ୟାୟ ବାକି ଅଛି ? ମେଂଟ ବିଫଳ ଚର୍ଚ୍ଚା ଭିତରେ ଶାହାଙ୍କ ଗୁଗଲି କେଉଁ ରାଜନୈତିକ ସମୀକରଣ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ?
BREAKING NEWS
- ଖୁସି ଖବର ଦେଲେ ସବ୍ୟସାଚୀ ଓ ଅର୍ଚ୍ଚିତା…
- Nitin Nabin appointed: ନୂତନ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କଲା ବିଜେପି
- ନୂଆ ଶ୍ରମ କୋଡକୁ ନେଇ JSW ଷ୍ଟିଲର ସଚେତନତା କାର୍ଯ୍ୟକ୍ରମ…
- Minister S. Jaishankar: ବ୍ରିଟେନ ସମେତ ୟୁରୋପୀୟ ଦେଶର ନେତାଙ୍କ ସହ ସାକ୍ଷାତ କଲେ ଜୟଶଙ୍କର; ଏହି ପ୍ରସଙ୍ଗରେ…
- ନିଜ ବନ୍ଧୁକରେ ନିଜକୁ ଗୁଳି କରି ଜୀବନ ହାରିଲେ ସିଆରପିଏଫ୍ ଯବାନ, କାରଣ ଅସ୍ପଷ୍ଟ
- ଗାୟକ ଜୁବୀନ ଗର୍ଗଙ୍କ ହତ୍ୟା ପଛରେ ୪ ଅଭିଯୁକ୍ତ; ଚାର୍ଜସିଟ୍ ଦାଖଲ କଲା ଏସଆଇଟି
- ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ
- ଦରକାର ପଡ଼ିବନି ଇଡ଼ଲି ମେକର, ଷ୍ଟିଲ୍ ଗ୍ଲାସରେ ସହଜରେ ବନାନ୍ତୁ ଇଡ଼ଲି
- ୧୩ ବର୍ଷ ସାନ ବାନ୍ଧବୀଙ୍କ ସହ ଅର୍ଜୁନ ରାମପାଲଙ୍କ ନିର୍ବନ୍ଧ
- ଇତିହାସ ରଚିଲେ କୋଲହାପୁରର ଝିଅ, ଆଇଏମଏରୁ ପାସ୍ ହୋଇଥିବା ପ୍ରଥମ ମହିଳା ହେଲେ ଲେଫ୍ଟନାଣ୍ଟ ସାଇ ଜାଦବ
Comments are closed.