Latest Odisha News

BREAKING NEWS

ଟି୨୦ ବିଶ୍ୱକପ : ନକଆଉଟ ମ୍ୟାଚ ପାଇଁ ରିଜର୍ଭ ଡେର ଘୋଷଣା କଲା ଆଇସିସି

ଦୁବାଇ: ଆମେରିକା ଓ ୱେଷ୍ଟଇଣ୍ଡିଜ ମିଳିତ ଭାବେ ଟି୨୦ ବିଶ୍ୱକପ ୨୦୨୪ ଆୟୋଜନ କରିବେ । ଶୁକ୍ରବାର ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ନକଆଉଟ ପର୍ଯ୍ୟାୟ ପାଇଁ ବଡ ଘୋଷଣା କରିଛି । ବର୍ଷା କିମ୍ବା ଅନ୍ୟ ଅସୁବିଧା ଯୋଗୁ ମ୍ୟାଚ ଖେଳାନ ଯାଇ ପାରିଲେ ରିଜର୍ଭ ଡେରେ ଏହା ଆୟୋଜିତ ହେବ । ସେମିଫାଇନାଲ ଓ ଫାଇନାଲ ମ୍ୟାଚ ପାଇଁ ଏହା ଲାଗୁ ହେବ । ଗ୍ରୁପ ଷ୍ଟେଜ ଓ ସୁପର ୮ ମୁକାବିଲାର ଫଳାଫଳ ପାଇଁ ୨ଟି ଅତି କମରେ ୫ ଓଭର ଲେଖାଏଁ ଖେଳିଥିବା ଆବଶ୍ୟକ । ନକଆଉଟରେ ଏଥିପାଇଁ ୧୦ ଓଭର ଲେଖାଏଁ ଖେଳିବା ଜରୁରୀ ।

ସେହିପରି ଗୋଟିଏ ଓଭରର ସମାପ୍ତି ପରେ ନୂତନ ନିୟମ ଅନୁସାରେ ୬୦ ସେକେଣ୍ଡ ମଧ୍ୟରେ ପରବର୍ତୀ ଓଭର ଆରମ୍ଭ କରିବାକୁ ପଡିବ । ୨ ଥର ଚେତାବନୀ ପରେ ବୋଲିଂ କରୁଥିବା ଟିମ ଶୃଙ୍ଖଳିତ ନ ହୁଏ ତେବେ ୫ ରନର ପେନାଲ୍ଟି ଲାଗୁ କରାଯିବ । ସୂଚନାଯୋଗ୍ୟ, ୨୦୨୬ ଟି୨୦ ବିଶ୍ୱକପ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିବେ ବୋଲି ମଧ୍ୟ ଆଇସିସି ଘୋଷଣା କରିଛି ।

Leave A Reply

Your email address will not be published.