ଭୁବନେଶ୍ୱର: ଫିକାପଡ଼ିବ ବଡ଼ଦିନ ଓ ନୂଆବର୍ଷ ସେଲିବ୍ରେସନ । ବଡ଼ଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର ଜାରି କଲେ କଟକଣା । କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସଂକ୍ରମଣକୁ ରୋକିବା ପାଇଁ ଏହି କଟକଣା କରାଯାଇଛି । ଡ଼ିସେମ୍ବର ୨୫ରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି ।
ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବାଧିକ ୫୦ଜଣଙ୍କୁ ନେଇ ବଡ଼ଦିନ ପାଳନ କରାଯାଇପାରିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ବା ମ୍ୟୁନିସିପାଲଟି କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ । ପାର୍କ, କନଭେସନ ହଲ ଓ କଲ୍ୟାଣ ମଣ୍ଡପରେ ନୂଆବର୍ଷ ପାଳନ ଉପରେ କଟକଣା ଲାଗାଯାଇଛି । ଏହି ସମୟରେ ବାହାଘର ବ୍ୟତୀତ ଅନ୍ୟସବୁ ଉତ୍ସବ ଉପରେ ରୋକ୍ ଲଗାଯାଇଛି । ହେଲେ ରିସେପସନ୍ ଭୋଜିକୁ ବାରଣ କରାଯାଇଛି ।
ସେହିପରି ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି । ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ କୌଣସି ପ୍ରକାର କାର୍ଯ୍ୟକ୍ରମ କରାଯିବ ନାହିଁ । ପିକନିକ୍, ବଣଭୋଜି ଉପରେ କଟକଣା ଲାଗୁ କରାଯାଇଛି । ଅନ୍ତିମ ସଂସ୍କାର ସମୟରେ କୋଭିଡ଼ ନିୟମକୁ ପାଳନ କରାଯିବାକୁ କୁହାଯାଇଛି । ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ବାରଣ କରାଯାଇଛି ।
Comments are closed.