Latest Odisha News

ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ ପାଇଁ ଘୋଷଣା ହେଲା ଓଡିଶା ଦଳ

ଭୁବନେଶ୍ୱର: ଜାତୀୟ ଜୁନିୟର ମହିଳା ଚାମ୍ପିୟନଶିପ ପାଇଁ ମଙ୍ଗଳବାର ଓଡିଶା ହକି ଦଳର ଘୋଷଣା କରାଯାଇଛି । ହକି ଆସୋସିଏଶନ ଅଫ ଓଡିଶା ଦ୍ୱାରା ଘୋଷିତ ୧୮ ଜଣିଆ ଦଳର ନେତୃତ୍ୱ ସୁମି ମୁନ୍ଦରି ନେବେ । ତନୁଜା ଟପ୍ପୋ ଉପ ଅଧିନାୟିକା ଦାୟିତ୍ୱ ତୁଲାଇବେ । ରାଂଚିର ମାରାଙ୍ଗ ଗୋମକେ ଜୈପାଲ ସିଂ ଆଷ୍ଟ୍ରା ଟର୍ଫ ଷ୍ଟାଡିୟମରେ ସେପ୍ଟମ୍ବର ୩୦ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ମ୍ୟାଚ ଖେଳାଯିବ । ଗ୍ରୁପ ପର୍ଯ୍ୟାୟରେ ଓଡିଶା ଟିମ ହକି ବେଙ୍ଗଲ ଓ ହକି ବିହାରକୁ ଭେଟିବ । ଅକ୍ଟୋବର ୨ରେ ବିହାର ବିପକ୍ଷରେ ଓଡିଶା ତାର ବିଜୟ ଅଭିଯାନ ଆରମ୍ଭ କରିବ । ସମ୍ପୂର୍ଣ୍ଣ ଟିମ ଏବେ କଡା ଅଭ୍ୟାସ କରିଛି । ଆମ ଯୁବ ମହିଳା ଦଳ ଭଲ ପ୍ରଦଶନ କରିବ ବୋଲି କୋଚ ଲିଲିମା ମିଞ୍ଜ କହିଛନ୍ତି । ହକି ଆସୋସିଏଶନ ଅଫ ଓଡିଶାର ସଭାପତି ଦିଲୀପ ତିର୍କୀ ଓ ହକି ପ୍ରୋମୋଶନାଲ ଓଡିଶାର ସିଇଓ ଦୀପଙ୍କର ମହାପାତ୍ର ଭଲ ପ୍ରଦର୍ଶନ ନେଇ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଓଡିଶା ଟିମ
ଗୋଲକିପର: ଇଙ୍ଗିଲ ଏଚ ମିଞ୍ଜ, ନାମସି ଝରିକା
ଡିଫେଣ୍ଡର: ପୂଜା ରାମଛୁରିଆ, ସୋନାଲି ଏକ୍କା, ରୋଜ ମେରୀ ଖାଲକୋ, ପ୍ରିୟା ଟପ୍ପୋ, ଅମୀଷା ଏକ୍କା ।
ମିଡଫିଲ୍ଡର: ସୁମି ମନ୍ଦୁରି, ପ୍ରିୟଙ୍କା କୁଜୁର, ତନୁଜା ଟପ୍ପୋ, ନିଶା ଦଦେଲ, ପ୍ରେମଶୀଲା ବେଗ, ଆନନ୍ଦିତା ଟପ୍ପୋ ।
ଷ୍ଟ୍ରାଇକର: ରମ୍ଭା କୁଜୁର, ଜ୍ୟୋତି ଖାଖା, ସୁରେଖା ବାହାଲ, କରୁଣା ମିଞ୍ଜ, ବିନତୀ ମିଞ୍ଜ ।

Leave A Reply

Your email address will not be published.