Latest Odisha News

ହାଇକୋର୍ଟରୁ ଜାମିନ ପାଇଲେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ, ତଥାପି ବାହାରି ପାରିବେନି ଜେଲରୁ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ । ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ମିଳିଛି ଜାମିନ । ହାଇକୋର୍ଟ ଅର୍ଚ୍ଚନା ନାଗଙ୍କୁ  ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ଏବେ ଅର୍ଚ୍ଚାନଙ୍କୁ ଦୁଇଟି ମାମଲାରେ ଜାମିନ ମିଳିଛି । ତେବେ ହାଇକୋର୍ଟ ଜାମିନ ପାଇଲେ ବି ଅର୍ଚ୍ଚନା ଜେଲରୁ ମୁକୁଳି ପାରିବେନି ।

BjdElectrycity

ମିଳିଥିବା ସୂଚନା ଅନୁଯାୟୀ, ଅର୍ଚ୍ଚନାଙ୍କୁ ଦୁଇଟି ମାମଲାରେ ତାଙ୍କୁ ଜାମିନ ମିଳିଛି । ସେଗୁୁଡିକ ହେଲା ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ମାମଲା । ଜାମିନରେ ସର୍ତ୍ତ ରଖାଯାଇଛି । ସେ ତଦନ୍ତରେ ସହଯୋଗ କରିବେ ଏବଂ ଏ ନେଇ ବାହାରେ  ପ୍ରତିକ୍ରିୟା ରଖିପାରିବେ ନାହିଁ । ଆବେଦନକାରୀ ଶ୍ରଦ୍ଧାଞ୍ଜଳିଙ୍କ ସହ ଯୋଗାଯୋଗ ନ କରିବା ପାଇଁ ମଧ୍ୟ ସର୍ତ୍ତ ରଖାଯାଇଛି ।

ଏଠି କହିରଖିବୁ, ଅର୍ଚ୍ଚନାଙ୍କ ବିରୋଧରେ ୩ଟି ମାମଲା ଥିଲା । ଆଜିର ଜାମିନକୁ ମିଶାଇ ଦୁଇଟି ମାମଲାରେ ତାଙ୍କୁ ଜାମିନ ମିଳିଛି । ଗୋଟିଏ ମାମଲା ବିଚାରାଧୀନ ରହିଛି । ତେଣୁ ସେ ଜେଲରୁ ମୁକୁଳି ପାରିବେ ନାହିଁ । ଏହା ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ଜାମିନ ଦେଇଥିଲେ ।

କେବଳ ଇଡି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିିଳିନି ।  ଇଡ଼ି ମାମଲାରେ ଉଭୟେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ନାଁ ରହିଛି।

ଅର୍ଚ୍ଚନାଙ୍କୁ ଖଣ୍ଡଗିରି ପୋଲିସ ଗତ ଅକ୍ଟୋବର ୬ ତାରିଖରେ ଗିରଫ କରିଥିଲା । ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ନାୟକ ଦେଇଥିବା ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରାଯାଇଥିଲା । ସେହିପରି ଫିଲ୍ମ ପ୍ରଡୁ୍୍ୟସର ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ  ଅର୍ଚ୍ଚାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଦେଖାଇ ତାଙ୍କଠାରୁ ୩ କୋଟି ଦାବି କରୁଥିବା ନେଇ ସେ ଅଭିଯୋଗ ଆଣିଥିଲେ ।

Leave A Reply

Your email address will not be published.