Latest Odisha News

BREAKING NEWS

ସୂକ୍ଷ୍ମ ପେଣ୍ଡାଲରେ ଶୋଭା ପାଉଛନ୍ତି ଶ୍ରୀ ଗଣେଶ

ଭୁବନେଶ୍ୱର: ଖୋର୍ଦ୍ଧାର ଜଣେ ଶିଳ୍ପୀ ଏଲ ଇଶ୍ୱର ରାଓ ଗଣେଶ ଚତୁର୍ଥୀ ଅବସରରେ ଶ୍ରୀ ଗଣେଶଙ୍କର ସୂକ୍ଷ୍ମ ପେଣ୍ଡାଲ୍ ଏବଂ ମୂର୍ତ୍ତି ତିଆରି କରିଛନ୍ତି। ଯାହାକୁ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି ।

ଖୋର୍ଦ୍ଧା ଜିଲ୍ଲା ଜଟଣୀର ଶ୍ରୀ ରାଓ ଏହି ପେଣ୍ଡାଲ୍ ପାଇଁ ମୋଟ ୩୪୨ କାଗଜ କାଠି ବ୍ୟବହାର କରିଥିଲେ ଯାହାକି ୧୨ ଇଞ୍ଚ ଉଚ୍ଚ ଏବଂ ୮ ଇଞ୍ଚ ଚଉଡା ରହିଛି ।

ଏଥିସହିତ ପେଣ୍ଡାଲ୍ ପାଇଁ ୩ ଇଞ୍ଚ ଉଚ୍ଚର ଗଣେଶଙ୍କ ମାଟି ପ୍ରତିମା ମଧ୍ୟ ନିର୍ମାଣ କରିଛନ୍ତି । ଏସମ୍ପର୍କରେ ଶ୍ରୀ ରାଓ କହିଛନ୍ତି ଯେ ଏହି ସୂକ୍ଷ୍ମ ପେଣ୍ଡାଲ୍ କୁ ବନାଇବା ଲାଗି ତାଙ୍କୁ ୧୫ ଦିନ ସମୟ ଲାଗିଛି।

ଏହା ପୂର୍ବରୁ ସେ ଶିବ ରାତ୍ରୀ ସମୟରେ ପେନସିଲ୍ ମୁନରେ ‘ଶିବ ଲିଙ୍ଗ’ଏବଂ ଏକ କ୍ରିକେଟ୍ ବିଶ୍ୱକପ୍ ଟ୍ରଫି ମଧ୍ୟ ତିଆରି କରି ଭାରତୀୟ କିକ୍ରେଟ ଦଳଙ୍କୁ ଶୁଭେଚ୍ଛା ଜଣାଇଥିଲେ।

 

Comments are closed.