Latest Odisha News

BREAKING NEWS

ନୂଆଁଖାଇ ପାଇଁ ସାଧାରଣ ଲୋକଙ୍କୁ ମା’ ସମଲେଶ୍ୱରୀ ମନ୍ଦିର ମନା

ସମ୍ବଲପୁର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ । ଏହା ପୂର୍ବରୁ ଆଜି ପାହୁର ଯାତ୍ରା ପାଳନ ହୋଇଛି । ଏହି ଅବସରରେ ନୂଆଁଖାଇ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଶୋଭାଯାତ୍ରା ସହ ଦେବାଦେବୀଙ୍କ ମନ୍ଦିରକୁ ଯାଇଥାଏ ।

ନୂଆଁଖାଇ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ ଭୋଗ । ପୂର୍ବ ନୀତି ନିର୍ଘଂଟ ଅନୁଯାୟୀ ସକାଳ ୯.୩୫ରୁ ୯ଟା ୫୦ ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ପରମ୍ପରା ଅନୁସାରେ ପ୍ରଥମେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯିବା ପରେ ପରିବାରର ସଦସ୍ୟମାନେ ଏକାଠି ହୋଇ ନୂଆ ଖାଇଥାନ୍ତି ।

ତେବେ ଚଳିତ ବର୍ଷ କିନ୍ତୁ କରୋନା କଟକଣା ଭିତରେ ନୂଆଁଖାଇ ପର୍ବ ପାଳନ ହେବ । କୋଭିଡ କଟକଣା ପାଇଁ କେବଳ ମନ୍ଦିରରେ ସେବାୟତମାନେ ଉପସ୍ଥିତ ରହି ପୂଜା କରିବେ । ସାଧାରଣ ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ବାରଣ କରାଯାଇଛି । ଭକ୍ତଙ୍କ ପାଇଁ ମା’ଙ୍କ ପାଖରେ ନବାନ୍ନ ଲାଗି କରାଯିବାର ଦୃଶ୍ୟ ଫେସ୍‌ବୁକ୍‌ରେ ଲାଇଭ କରାଯିବ । ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.