Latest Odisha News

ଦିଆସିଲି କାଠିରେ ଯୁଦ୍ଧ ଟ୍ୟାଙ୍କ, ଯବାନଙ୍କୁ ଶାସ୍ୱତଙ୍କ ନିଆରା ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସେନା ଦିବସ ଅବସରରେ ଶୁକ୍ରବାର ଦିନ ଓଡିଶା କଳାକାର ଶାସ୍ୱତ ରଂଜନ ସାହୁ ଦିଆସିଲି କାଠିରେ ଏକ ଯୁଦ୍ଧ ଟ୍ୟାଙ୍କରର ମଡେଲ ତିଆରି କରିଛନ୍ତି।

ସୂଚନା ଅନୁସାରେ ସେ ଏଥିପାଇଁ ୨,୨୫୬ ଦିଆସିଲି କାଠିର ବ୍ୟବହାର କରିଛନ୍ତି। ଆଉ ଏହି ମଡେଲକୁ ତିଆରି କରିବା ପାଇଁ ତାଙ୍କୁ ୬ ଦିନ ସମୟ ଲାଗିଥିବା ସୂଚନା ମିଳିଛି। ଏହି ଟ୍ୟାଙ୍କର ଲମ୍ବ ୯ ଇଞ୍ଚ ଏବଂ ମୋଟେଇ ୮ ଇଞ୍ଚ ରହିଛି।

ଏହି ମଡେଲ ତିଆରି କରି ମୁଁ ଭାରତୀୟ ସେନାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

ତେବେ ପ୍ରତିବର୍ଷ ଜାନୁୟାରୀ ୧୫ ତାରିଖରେ ସେନା ଦିବସ ପାଳନ କରାଯାଇଥାଏ।

Comments are closed.