Latest Odisha News

ବିଦ୍ୟା ବାଲାନ ଅଭିନୀତ ଶର୍ଟଫିଲ୍ମ ନଟଖଟ ଓସ୍କାର ପୁରସ୍କାର ରେସରେ ସାମିଲ

ମୁମ୍ବାଇ: ବିଦ୍ୟା ବାଲାନ ଅଭିନୀତ ଶର୍ଟଫିଲ୍ମ ନଟଖଟ ୨୦୨୧ ଓସ୍କାର ପୁରସ୍କାର ରେସରେ ସାମିଲ ହୋଇଛି । ରନୀ ସ୍କ୍ରିଉୱାଲ ଭିଡିଓ ପ୍ରଡକ୍ସନ ତାର ଅଫିସିଆଲ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି । ନଟଖଟ ଶଟଫିଲ୍ମ କ୍ୟାଟାଗୋରୀରେ ସାମିଲ ହୋଇଛି । ବିଦ୍ୟା ବାଲାନ କହିଥିଲେ ଅଶାନ୍ତ ବର୍ଷ ମଧ୍ୟରେ ଏହା ବୋଧହୁଏ ପ୍ରଥମ ଖୁସି ଖବର । ଯଦି ଏହି ଫିଲ୍ମ ଶର୍ଟଲିଷ୍ଟ ହୋଇଯିବ ତାହାହେଲେ ନିଶ୍ଚିତ ଭାବେ ଏହା ଆମ ପାଇଁ ଗର୍ବର ବିଷୟ ହେବ ।

୩୩ ମିନିଟର ଏହି ଫିଲ୍ମର କାହାଣୀ ଜଣେ ମାଆ ଏବଂ ତାର ପରିବାର ଉପରେ ଘୁରି ବୁଲୁଛି । ଭାରତ, ଇଟାଲୀ, ଫ୍ରାନ୍ସ, ଦକ୍ଷିଣଆଫ୍ରିକା, କୋରିଆ, ତାଇୱାନ, କିର୍ଗିଜସ୍ତାନ ଓ ଆମେରିକାର ୪୦ ସଦସ୍ୟ ବିଶିଷ୍ଟ ଚାଇଲ୍ଡ ଜୁରୀ ନଟଖଟକୁ ପସନ୍ଦ କରିଥିଲେ ।

Leave A Reply

Your email address will not be published.