Latest Odisha News

BREAKING NEWS

KSVY ମାଧ୍ୟମରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ମିଳିଛି ୭୫.୪୩ କୋଟି ଟଙ୍କା ସହାୟତା

ଭୁବନେଶ୍ବର: କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା କଳା ସଂସ୍କୃତି ବିକାଶ ଯୋଜନା (KSVY) ମାଧ୍ୟମରେ ଓଡ଼ିଶାର ୯,୬୬୦ ଜଣ କଳାକାର ଓ କଳା ସଂଗଠନକୁ ମୋଟ ୭୫.୪୩ କୋଟି ଟଙ୍କାର ଆର୍ଥିକ ସହାୟତା ଯାଇଛି। ଗତ ପାଞ୍ଚ ବର୍ଷ ଭିତରେ ଏହି ସହାୟତା ପ୍ରଦାନ କରାଯାଇଛି। ଲୋକସଭାରେ ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଏହି ସୂଚନା ଦେଇଛନ୍ତି।

୨୦୨୧-୨୨ରେ ୧୧୮୮ ଜଣଙ୍କୁ ୮ କୋଟି ୧୦ ଲକ୍ଷ ଟଙ୍କା, ୨୦୨୨-୨୩ରେ ୧୩୧୬ ଜଣଙ୍କୁ ୧୦ କୋଟି ୩୪ ଲକ୍ଷ ୯୫ ହଜାର ଟଙ୍କା, ୨୦୨୨-୨୩ରେ ୧୩୧୬ ଜଣଙ୍କୁ ୧୦ କୋଟି ୩୪ ଲକ୍ଷ ୯୫ ହଜାର ଟଙ୍କା, ୨୦୨୪-୨୫ରେ ୨୪୦୧ ଜଣଙ୍କୁ ୨୧ କୋଟି ୩୦ ଲକ୍ଷ ୫ ହଜାର ଟଙ୍କା ଓ ୨୦୨୫-୨୬ରେ ୨୮୨୨ ଜଣଙ୍କୁ ୩୩ କୋଟି ୬୮ ଲକ୍ଷ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ତେବେ କେଏସଭିଓ୍ବାଇ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ହୋଇଥିବାରୁ ଏହାର ଜିଲ୍ଲାୱାରୀ ତଥ୍ୟ ରଖାଯାଇ ନାହିଁ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି।

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଜାତୀୟ ସ୍ତରରେ ସମ୍ବଲପୁରୀ ଏବଂ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ଲୋକ ପରମ୍ପରାର ପ୍ରସାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ। ସୂଚନାଯୋଗ୍ୟ ଯେ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ‘କଳା ସଂସ୍କୃତି ବିକାଶ ଯୋଜନା (କେଏସଭିଓ୍ବାଇ)’ ଅଧୀନରେ ଲୋକକଳା, ଲୋକସଙ୍ଗୀତ, ଲୋକନୃତ୍ୟ, ପାରମ୍ପରିକ ନାଟ୍ୟକଳା ସମେତ ବିଭିନ୍ନ କଳାର ପ୍ରୋତ୍ସାହନ ପାଇଁ ଯୋଗ୍ୟ କଳାକାର ଏବଂ ସାଂସ୍କୃତିକ ସଂଗଠନମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରୁଛି। ଏହି ଯୋଜନା କେନ୍ଦ୍ରୀୟ କ୍ଷେତ୍ର ଯୋଜନା ହୋଇଥିବାରୁ ଜିଲ୍ଲାଭିତ୍ତିକ ତଥ୍ୟ ସଂରକ୍ଷିତ କରାଯାଏ ନାହିଁ।

 

Leave A Reply

Your email address will not be published.