Latest Odisha News

ପିଆଜ କେଜି ୩୦ ଟଙ୍କାରେ ବିକିବ ନାଫେଡ: ମନ୍ତ୍ରୀ

ଭୁବନେଶ୍ୱର: ପିଆଜ କେଜି ୩୦ ଟଙ୍କାରେ ବିକ୍ରି କରିବ ନାଫେଡ। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି।

“ପିଆଜ ଓଡିଶାରେ ଉତ୍ପାଦିତ ହୁଏ ନାହିଁ ଏବଂ ତେଣୁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ପିଆଜ ଏବଂ ରସୁଣର ମୂଲ୍ୟ ରାଜ୍ୟ ବାହାରେ ଅଧିକ ଏବଂ ଯାହା ଫଳରେ ଏଠାରେ ମଧ୍ଯ ଏହାର ମୂଲ୍ୟ ବୃଦ୍ଧି ପାଇଛି। ନାସିକରେ ପିଜଆ ଦର ଅଧିକ ରହିଛି। ସେଠାରେ କେଜି ପ୍ରତି ୪୫ ଟଙ୍କା ରହିଛି ।

ଆମେ ନାଫେଡକୁ ପିଆଜ କେଜି ପିଛା ୩୦ଟଙ୍କାରେ ବିକ୍ରି କରିବାକୁ କହିଛୁ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।

ମହାରାଷ୍ଟ୍ରର ନାଶିକ ଏବଂ ଆନ୍ଧ୍ରପ୍ରଦେଶର କୁର୍ନୁଲରୁ ଓଡ଼ିଶାକୁ ପିଆଜ ଆସିଥାଏ। ସେପ୍ଟେମ୍ବର ମାସରେ ବର୍ଷା ଯୋଗୁ ଉଭୟ ଅଞ୍ଚଳରେ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା।

Comments are closed.