ପୁରୀ: ଅହୋମ କବି ସମାଜ ପକ୍ଷରୁ ପୁରୀରେ ସମନ୍ୱୟ କବି ସମାରୋହ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଶ୍ରୀ ଶଙ୍କରଦେବ ସଂସ୍କୃତି ସମାଜ ପୁରୀ ପ୍ରକଳ୍ପ ଅହୋମ ନାମଘର ଆନୂକୂଲ୍ୟରେ ଏହା ମିଳିତ ଭାବେ ଆୟୋଜିତ ହୋଇଥିଲା ପୁରୀରେ ଅନୁଷ୍ଠିତ ଏହି ଓଡିଶା-ଆସାମ ସାହିତ୍ୟ ଉତ୍ସବ ବିଶିଷ୍ଟ କବି, ଗୀତିକାର, ଗାୟକ ଜୁବିନ୍ ଗର୍ଗଙ୍କୁ ଉତ୍ସର୍ଗ କରା ଯାଇଥିଲା। ଏହି କାର୍ୟ୍ୟକ୍ରମରେ ଓଡ଼ିଶାର ଷୋହଳ ଜଣ ବିଶିଷ୍ଟ କବି ଭାଗ ନେଇଥିବା ବେଳେ ଆସାମର ପ୍ରାୟ ପଚାଶ ଜଣ କବି ନିଜର ସ୍ବରଚିତ କବିତାମାନ ପାଠ କରିଥିଲେ ।ଏହି ଉତ୍ସବରେ କବି ସୁଚେତା ମିଶ୍ର ପ୍ରଦୀପ ପ୍ରଜ୍ବଳନ କରିଥିଲେ ଓ କବି ଶୈଳବାଳା ମହାପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୂଖ୍ୟ ଅତିଥି ଭାବେ ଲୋକ ସମ୍ପର୍କ ସୂଚନା ଉପ ନିର୍ଦ୍ଦେଶକ ସନ୍ତୋଷ ସେଠୀ ଯୋଗ ଦେଇଥିଲେ । ଏହି କବିତା ଉତ୍ସବରେ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ଦ୍ବିଭାଷୀ କବିତା ସଂକଳନ “ମହାବାହୁ ମହାନଦୀ” ଉନ୍ମୋଚିତ ହୋଇଥିଲା । ଉନ୍ମୋଚନ କାର୍ୟ୍ୟକ୍ରମରେ ଆସାମର କବି ତଥା ଅହମ କବି ସମାଜର ସଭାପତି ଶ୍ରୀ ରାଜୀବ ଫୁକନ ସଭାପତିତ୍ବ କରିଥିଲେ। ଉତ୍ସବରେ ସଂଗଠିତ ଚାରୋଟି ଅଧିବେଶନକୁ ଯଥାକ୍ରମେ ସଭାପତିତ୍ବ କରିଥିଲେ କବି ତଥା ଉତ୍ତର ପୂର୍ବାଞ୍ଚଳ ପରିଷଦର ନିର୍ଦ୍ଦେଶକ ଶ୍ରୀ ମାନସ ରଂଜନ ମହାପାତ୍ର, ରାଜେନ୍ଦ୍ର ନାଥ ବରଦଲୈ ,ଶୈଳବାଳା ମହାପାତ୍ର ଏବଂ ରତ୍ନେଶ୍ୱର ବସୁମାତାରୀ।
ପ୍ରଦୋଷ କୁମାର ପତି, ଅକ୍ଷୟ ବେହେରା, ଅବନୀ ରଞ୍ଜନ ପାଠକ ଇତ୍ୟାଦି ସାଂସ୍କୃତିକ ସମନ୍ୱୟରେ କବିତାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଓଡିଶା ଓ ଆସାମ ସାହିତ୍ୟର ମିଳନ ଏଠାରେ ଦେଖିବାକୁ ମିଳିଥିଲା । ଏହି ଅନୁଷ୍ଠାନର ସଭାପତି ରାଜୀବ କୁମାର ଫୁକନ ଓ ସମ୍ପାଦକ ବର୍ଣ୍ଣାଳୀ ବୋରା ବୈଶ୍ୟ ସୁଚାରୁରୂପେ ଏହାର ପରିଚାଳନା କରିଥିଲେ । କବି ସମ୍ମିଳନୀରେ ଉଭୟ ଆସାମ ଓ ଓଡିଶାର ଅନେକ କବି ସ୍ୱରଚିତ କବିତା ପାଠ କରି ପରିବେଶକୁ ସାହିତ୍ୟମୟ କରିଥିଲେ । ଓଡିଶାର ଅଜୟ ପ୍ରଧାନ, ଅକ୍ଷୟ ବେହେରା, ସୁଚେତା ମିଶ୍ର,ମାନସ ରଂଜନ ମହାପାତ୍ର, କେଦାର ମିଶ୍ର, ସନ୍ତୋଷ ସେଠୀ, ବାଦଲ ମହାନ୍ତି ,ଶୈଳବାଳା ମହାପାତ୍ର, ରମାକାନ୍ତ ଗୋଛାଏତ ,ଶିଶିର ନାୟକ,ମନୋରଞ୍ଜନ ସାହୁ ,ଶ୍ୟାମପ୍ରକାଶ ସେନାପତି , ସମେତ ଅନେକ ଅସମୀୟା କବି କବିତା ପାଠ କରିଥିଲେ ।
Comments are closed.