Latest Odisha News

BREAKING NEWS

ପିଇଓ ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତ କାଳୀନ ଅଧିବେଶନ ଜାରି ରହିଥିବା ବେଳେ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବିରୋଧିମାନେ ଗୁରୁବାର ଦିନ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି ।

ଆଜି ଗୃହ ଆରମ୍ଭ ହେବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଶ୍ନକାଳ ଆରମ୍ଭ କରିଥିଲେ । ଏହାପରେ ପରେ କଂଗ୍ରେସ ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ପ୍ରସଙ୍ଗକୁ ନେଇ ମୁଲତବୀ ନୋଟିସ୍ ଜାରି କରିଥିଲେ । ପରବର୍ତ୍ତୀ ସମୟରେ ଏହାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ସରକାର ବିରୋଧି ନାରାବାଜି କରିବା ସହ ଗୃହ ମଧ୍ୟକୁ ଆସି ହଟ୍ଟଗୋଳ କରିଥିଲେ ।

ବିରୋଧିଙ୍କ ହୋହାଲ୍ଲା ଫଳରେ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.